ସାମ୍ନାକୁ ଆସିଲା ଟିକିନା ନାୟକଙ୍କ ମୃତ୍ୟୁ ପୂର୍ବର ଭିଡିଓ । ଫାଣ୍ଡିକୁ ତିନିଥର ଯାଇ ନିରାଶ ହୋଇଥିବା କହିଛନ୍ତି

151

କନକ ବ୍ୟୁରୋ : ବ୍ରହ୍ମପୁର ଗୋପାଳପୁର ଥାନା ସମ୍ମୁଖରେ ଆତ୍ମହତ୍ୟା କରିଥିବା ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣକ ହେଲେ ମାଣ୍ଡିଆପଲ୍ଲୀ ଜ୍ୟୋତି ନଗରର ସୁକାନ୍ତ ନାୟକଙ୍କ ସ୍ତ୍ରୀ ଟିିକିନା । ସୂଚନା ଅନୁସାରେ ଟିକିନା ଓ ସୁକାନ୍ତଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା । ଏନେଇ ଅନେକ ଥର ମହିଳା ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ।

ଶୁକ୍ରବାର ସକାଳେ ପୁଣି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ପରେ ଟିକିନା ଗୋପାଳପୁର ଥାନାକୁ ଆସିଥିଲେ । ଥାନା ସାମ୍ନାରେ କିଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ମହିଳା ଥାନାର କର୍ମଚାରୀମାନେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି ।

ଏବେ ଟିକିନା ନାୟକଙ୍କ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ କିଛି ଏଭଳି କଥା କହିଛନ୍ତି ତାହା ଥାନା ଅଧିକାରୀଙ୍କ ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠିଛି । ସେ କହିଛନ୍ତି, ‘ଗୋପାଳପୁର ଥାନାକୁ ଆସିନି । ଫାଣ୍ଡିକୁ ତିନି ଥର ଯାଇଥିଲି । ସ୍ୱାମୀ ସହ ବିବାଦ ପରେ ଟିକିନା ଫାଣ୍ଡିକୁ ବାରମ୍ବାର ଯାଇଥିଲେ । ହେଲେ ପୁଲିସ କୌଣସି ପଦକ୍ଷେପ ନନେବାରୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାର ଏବେ ମହିଳାଙ୍କୁ ଗୁରୁତ୍ୱ ଦେଉଛନ୍ତି ।

ମହିଳାଙ୍କୁ ସଶକ୍ତିକରଣ କରିବା ସହ ସ୍ୱାବଲମ୍ବୀ କରିବାକୁ ଅନେକ ଯୋଜନା କରୁଛନ୍ତି । ୫ଟି ସରକାରରେ ଥାନା ଗୁଡିକୁ ଏତଲା ଆଧାରରେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି । ଏପରି ସ୍ଥିତିରେ ଟିକିନା ଯଦି ବାରମ୍ବାର ଫାଣ୍ଡିକୁ ଆସି ଅଭିଯୋଗ କରିଥିଲେ ତାହାଲେ ପୁଲିସ ଅଧିକାରୀ କାହିଁକି ନୀରବ ରହିଥିଲେ ?