ଶେଷ ମୂହୁର୍ତ୍ତରେବି ପ୍ରେମିକାଙ୍କ ହାତ ଛାଡିନଥିଲେ ପ୍ରେମିକ । କ୍ୟାନ୍ସର ହୋଇଥିବା ଜାଣିବି କଲେ ବିବାହ । ପ୍ରେମିକକୁ ବିବାହ କରିବାର ୧୮ଘଣ୍ଟା ପରେ ଆଖି ବୁଜିଲେ ପ୍ରେମିକା

2,793

ଆମେରିକାର କନେକ୍ଟିକଟ ରାଜ୍ୟରେ ୨୦୧୭ ଡିସେମ୍ବର ୨୨ ତାରିଖ‌‌ରେ ଏକ ପ୍ରେମୀଯୁଗଳଙ୍କୁ ନେଇ ଦୁଃଖଦ ଘଟଣା ଘଟିଥିଲା। ସେ ସମୟରେ ଉକ୍ତ ପ୍ରେମୀଯୁଗଳଙ୍କ ପ୍ରେମ ଓ ବିବାହ ଖୁବ ଚର୍ଚ୍ଚାରେ ଥିଲା। ଦୁହିଁଙ୍କ ବିବାହର କିଛି ଫଟୋ ଓ କାହାଣୀ ସୋସିଆଲ ମିଡିଆ ଏକ୍ସରେ @ ପିକ୍ଚର୍ସ ଫୋଇଡର୍‌ ଦ୍ୱାରା ପୋଷ୍ଟ କରାଯାଇଥିଲା। ଯାହାକି ପୁଣିଥରେ ଭାଇରାଲ ହୋଇଛି।

ଏହି ଘଟଣାଟି ହେଉଛି ଏପରି, ଆମେରିକାର କନେକ୍ଟିକଟ ରାଜ୍ୟରେ ହେଥର ମୋଶେର ନାମ ମହିଳା ବସବାସ କରୁଥିଲେ। ହେଥର ଡେଭିଡ ନାମକ ଜଣେ ଯୁବକଙ୍କୁ ଭଲ ପାଇ ବସିଥିଲେ। ଏହାରି ଭିତରେ ହେଥର ସ୍ତନ କର୍କଟରେ ପୀଡ଼ିତ ହୋଇଥିଲେ। ଏହାପରେ ସେ ଡେଭିଡଙ୍କ ଠାରୁ ଦୂରେଇ ଯିବାକୁ ଚାହିଁଥିଲେ। କାରଣ ସେ ନିଜ ପାଇଁ ପ୍ରେମିକଙ୍କ ଜୀବନକୁ ନଷ୍ଟ କରିବାକୁ ଚାହୁଁ ନଥିଲେ।‌

ତେବେ ଡେଭିଡ଼ ବି ହେଥରଙ୍କ ସ୍ଭଭାବ କାହିଁକି ହଠାତ ଏମିତି ପରିବର୍ତ୍ତନ ହୋଇଥିଲା ତାହାର କାରଣ ଖୋଜିଥିଲେ ଆଉ ପାଇ ଯାଇଥିଲେ। ଏହାପରେ ସେ ହେଥରଙ୍କ ପାଖକୁ ଯାଇ ଆଲିଙ୍ଗନ କରି ଖୁବ କାନ୍ଦିଥିଲେ। କିଛିଦିନ ପରେ ହେଥରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଯେଉଁ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଏହାରି ଭିତରେ ଡାକ୍ତର ମହିଳାଙ୍କ ପରିବାରଲୋକଙ୍କୁ କହି ଦେଇଥିଲେ କି ହୋଇପାରୁଛି ଯଦି ହେଥରଙ୍କ କ’ଣ କ’ଣ ଶେଷ ଇଚ୍ଛା ଅଛି ତାହାକୁ ପୁରଣ କରି ଦିଅନ୍ତୁ।  ହେଥରଙ୍କୁ ଶେଷ ଇଚ୍ଛା ପଚରା ଯିବାର ସେ ଡେଭିଡଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହାପରେ ପରିବାରଲୋକ ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ହେଥର ଓ ଡେଭିଜଙ୍କ ବିବ‌ାହ କରାଇଥିଲେ । ଏହି ବିବାହର ୧୮ଘଣ୍ଟା ପରେ ହେଥର ଦୁନିଆକୁ ଅଲବିଦା କହି ଦେଇଥିଲେ ।