ପଡୋଶୀ ଯୁବତୀଙ୍କୁ ଘରକୁ ଡାକୁଥିଲା ହୋମଗାର୍ଡ ସ୍ତ୍ରୀ: ସେମାନଙ୍କ ସହ ସ୍ୱାମୀ କରୁଥିଲା ଦୁଷ୍କର୍ମ…

2,647

କନକ ବ୍ୟୁରୋ : ଭାରତୀୟ ପରମ୍ପରାରେ ଯଦି ଜଣେ ପୁରୁଷ ଲୋକ ଅନ୍ୟ କୌଣସି ମହିଳା ବା ଯୁବତୀଙ୍କ ସହିିତ କିଛି ଖରାପ ସଂପର୍କ ରଖୁଥାଏ  ତାହା ହେଲେ ପାରିବାରିକ ବା ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହେବା ସ୍ୱାଭାବିକ । କେହି କେହି ସ୍ୱାମୀକୁ ନିଜ ପାଖକୁ ଫେରାଇ ଆଣିବାକୁ ଗୁଣିଆର ସହାଯ୍ୟ ନିଅନ୍ତି ତ କେହି କେହି ସ୍ୱାମୀଙ୍କ ସଂପର୍କରେ ଥିବା ମହିଳା ବା ଯୁବତୀଙ୍କ ନାମରେ ଥାନାରେ ଏତଲା ଦେଇଥାନ୍ତି । ଅନ୍ୟ କେହି କେହି ସଂପୃକ୍ତ ମହିଳାଙ୍କୂୁ ଲୋକ ଲଗେଇ ମାରି ଦିଅନ୍ତି ତ କେହି କେହି ନିଜ ସ୍ୱାମୀଙ୍କୁ ନିଜର କରିବାକୁ ଆପ୍ରଣ ଉଦ୍ୟମ କରିଥା’ନ୍ତି ।

ହେଲେ ଆମେ ଏବେ ଯେଉଁ ମହିଳାଙ୍କ କଥା କହିବାକୁ ଯାଉଛୁ ଆପଣ ପଢିବା ପରେ ଭାବି ବେ ଯେ ଭାରତୀୟ ମହିଳା ମାନଙ୍କ ଦ୍ୱାରା ଏମିତି କଣ ସମ୍ଭବ ।  ହଁ ସମ୍ଭବ । କାହିଁକି ନୁହେଁ ?

ଛତିଶଗଡର ଜଣେ ମହିଳା ହୋମଗାର୍ଡ ଛଳନା କରି ଜଣେ ପଡୋଶୀ ଯୁବତୀଙ୍କୁ ଶୋଇବାକୁ ନିଜ ଘରକୁ ଡକାଇଲା । ଘରେ ଥିଲେ ସ୍ୱାମୀ । ଆଉ ରାତିରେ ପଡୋଶୀ ଯୁବତୀଙ୍କୁ ମହିଳାଙ୍କ ସ୍ୱାମୀ ଜୋର ଜବଦସ୍ତ  ଦୁଷ୍କର୍ମ କଲେ । ଏଭଳି ଲଜ୍ଜା ଜନକ ଘଟଣା ଛତିଶଗଡ ରାଜ୍ୟ ଅମ୍ବିକାପୁର ଜିଲ୍ଲାରେ ।  ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମହିଳା ହୋମଗାର୍ଡଙ୍କ ସହ ତାଙ୍କ ସ୍ୱାମୀକୁ ଗିରଫ କରି ଥାନାକୁ ପଠାଇଛି । ଏହା ସହ ମହିଳା ହୋମଗାର୍ଡଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି ।

ଘଟଣା ଘଟିଥିଲା ୨୦ ଅକ୍ଟୋବର ରାତିରେ । ମହିଳା ହୋମଗାର୍ଡ ଜଣକ ଘରେ କେହି ନାହାନ୍ତି, ମୋତେ ଏକୁଟିଆ ଡର ଲାଗୁଛି ବୋଲି କହି ପଡୋଶୀ ଭାବେ ରହୁଥିବା ଜଣେ ଯୁବତୀଙ୍କୁ ରାତିରେ ଶୋଇବାକୁ ଡାକିଥିଲା । ହେଲେ ଯୁବତୀ ଜଣକ ଯେତେବେଳେ ମହିଳାଙ୍କ ଘରେ ପହଂଚିଲେ ସେତେବେଳେ ମହିଳାଙ୍କ ଘରେ ବିଜୁଳି କଟିଯାଇଥିଲା । ଏନେଇ ଯୁବତୀ ଜଣକ ବିଜୁଳି ବାବଦରେ ମହିଳାଙ୍କୁ ପଚାରିବାରୁ ବିଜୁଳି ଲାଇନ୍ ଖରାପ ଥିବା କଥା କହିଥିଲେ ହୋମଗାର୍ଡ ଜଣକ । ଏହି କଥାବାର୍ତ୍ତା ସମୟରେ ହଠାତ ଘର ଭିତରେ ଲୁଚି ଥିବା ହୋମଗାର୍ଡ ମହିଳାଙ୍କ ସ୍ୱାମୀ ଯୁବତୀ ଜଣଙ୍କୁ ଟାଣି ନେଇଥିଲେ ବିଛଣା ଉପରକୁ । ତା’ପରେ ନିଜ ସ୍ତ୍ରୀର ଆଖି ସାମ୍ନାରେ ଯୁବତୀଙ୍କ ଅନିଚ୍ଛା ସତ୍ତେ୍ୱ ଯୁବତୀ ଅମାନୁସିକ ଭାବେ ଦୂୁଷ୍କର୍ମ କରିଥିଲେ ।

ଏହା ପରେ ଯୁବତୀ ଜଣଙ୍କ କୌଣସି ଉପାୟରେ ସେଠାରୁ ଖସିଆସି ମଣିପୁର ଥାନାରେ ପହଂଚିଥିଲେ । ଏନେଇ ଅଭିଯୋଗ ପାଇବା ପରେ ପୋଲିସ ମହିଳା ହୋମଗାର୍ଡ ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ୩୭୬, ୩୪୨, ୩୫୪,ଓ ୫୦୬ ଦଫା ଲଗାଇ ଗିରଫ୍ କରିବା ସହିତ ଜେଲ ପଠାଇଛନ୍ତି ।