କନକ ବ୍ୟୁରୋ: ଛୁଆ ଆଗରେ ମା’କୁ କଲବଲ କରି ହତ୍ୟା କଲା ପୂର୍ବ ପ୍ରେମିକ । ଆଉ ଏହି ଘଟଣାକୁ ଦେଖି ପ୍ରାଣ ବିକଳରେ ଏକ ଆଲମିରାରେ ଲୁଚିଯାଇ ଜୀବନ ବଞ୍ଚାଇଲା କୁନି ପୁଅ । ଏପରି ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶ ବିଟୁଲରେ  ।
Advertisment
ପୋଲିସର ପ୍ରାଥମିକ ତଦନ୍ତ ମୁତାବକ, ବିଟୁଲରେ ରହୁଥିଲେ ୨୬ ବର୍ଷିୟା ରୁବିନା । ନିଜ ପରିବାର , ସ୍ୱାମୀ, କୁନି ପୁଅକୁ ନେଇ ବେଶ୍ ଖୁସିରେ ଚାଲିଥିଲା ଜୀବନ । ହେଲେ ଏଥିରେ କାଳ ହୋଇ ଆସିଥିଲା ପୂର୍ବ ପ୍ରେମିକ । ରୁବିଙ୍କ ବିବାହ ପରେ ବି ଏକତରଫା ପ୍ରେମକୁ ନେଇ ବାରମ୍ବାର ରୁବିନାଙ୍କୁ ହଇରାଣ କରୁଥିଲେ । ହେଲେ ନିଜ ପରିବାରର ସୁଖ ପାଇଁ ଏଥିରୁ ନିଜକୁ ଦୂରେଇ ରଖିବାକୁ ବାରମ୍ବାର ଚେଷ୍ଟା କରୁଥିଲେ । ଏହାକୁ ନେଇ ପୋଲିସରେ ପୂର୍ବରୁ ମାମଲା ମଧ୍ୟ ଦାଏର କରିଥିଲେ ରୁବିନା । ହେଲେ ନିଜ ଜିଦରେ ଅଟଳ ଥିଲା ପ୍ରେମିକ । ଥରେ ଘରେ କେହି ନଥିବାବେଳେ ରୁବିନାଙ୍କ ପାଖରେ ପହଞ୍ଚିଯାଇଥିଲା ପ୍ରେମିକ ସନ୍ଦିପ  । ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ଉଚ୍ଚବାଚ ଆରମ୍ଭ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ନିଜ ସହ ଆଣିଥିବା ଏକ ଛୁରୀରେ ମହିଳାଙ୍କ ଶରୀରକୁ ୧୬ ଥର ଚୋଟ ମାରିଥିଲେ।  ଏହି ସମୟରେ ଉକ୍ତ ରୁମ୍‌ରେ ମହିଳାଙ୍କ ଛୋଟ ଛୁଆ ଥିବା ବେଳେ ତା’ ଆଖି ଆଗରେ ଘଟିଗଲା ଏହି ବୀଭତ୍ସ କାଣ୍ଡ। ଏହି ଘଟଣାରେ ଭୟଭୀତ ହୋଇ ଯାଇଥିବା ଛୁଆଟି ଏକ ଆଲମାରିରେ ନିଜକୁ ବନ୍ଦ କରି ଜୀବନ ରକ୍ଷା କରି ପାରିଥିଲା।
ଖବର ପାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୁବିନାଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିବାବେଳେ କୁନି ପୁଅକୁ ଆଲମାରୀରୁ କୁନି ପୁଅକୁ ଉଦ୍ଧାର କରିଥିଲା ପୋଲିସ । ହେଲେ  ହସ୍ପିଟାଲରେ ରୁବିନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଫେରାର ସନ୍ଦୀପକୁ ଖୋଜା ଜାରି ରଖିଛି ପୋଲିସ ।