ରାଜସ୍ଥାନର ଏକ ବୁଲାକୁକୁର ଯୋଗୁଁ ଜଣେ ଯୁବତୀଙ୍କ ଇଜ୍ଜତ ଯାଉ ଯାଉ ବଞ୍ôଚଯାଇଛି । ରବିବାର ଦ୍ୱିପ୍ରହର ସମୟରେ ଏଠାରେ ଜଣେ ଅସାମାଜିକ ଲୋକ ଖରାପ ଉଦେ୍ଧଶ୍ୟରେ ଜଣେ ଯୁବତୀଙ୍କ ଘରକୁ ପ୍ରବେଶ କରିଥିଲେ । ଯୁବତୀ ଜଣକ ବିଶ୍ରାମ କରୁଥିବା ସମୟରେ ଦୁର୍ବୃତ୍ତ ଜଣକ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯୁବତୀଙ୍କ ଘର ପାଖରେ ଥିବା ଏକ ବୁଲାକୁକୁର ଯୋଗୁଁ ଯୁବତୀଙ୍କ ଇଜ୍ଜତ ବଚିଂଯାଇଛି । ଯୁବତୀଙ୍କୁ ଟଣାଓଟରା କରୁଥିବା ସମୟରେ ହିଁ କୁକୁରଟି ଦୁର୍ବୃତ୍ତ ଉପରକୁ ଡେଇଁ ତାକୁ ଲହୁଲୁହାଣ କରିଦେଇଥିଲା । କୁକୁରକୁ ଏଥିପାଇଁ ଛୁରାମାଡ ମଧ୍ୟ ଖାଇବାକୁ ପଡିଥିଲା କିନ୍ତୁ କୁକୁରଟି ଝିଅଟିର ଇଜ୍ଜତ ବଚାଂଇବାରେ ସଫଳ ହୋଇଥିଲା ।
ଦୁର୍ବୃତ୍ତର ଛୁରାମାଡରେ କୁକୁରର ଗୋଡ କ୍ଷତ ହୋଇଥିବା ବେଳେ ପୋଲିସ୍ ଏହି ମାମଲାରେ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ତେବେ ଏହି ବୁଲାକୁକୁରଟିକୁ ଯୁବତୀ ଜଣକ ପ୍ରତିଦିନ ରୁଟି ଖାଇବାକୁ ଦେଉଥିଲେ । ତେଣୁ ରୁଟି ବଦଳରେ ଯୁବତୀଙ୍କ ଇଜ୍ଜତ ବଚାଂଇ କୁକୁରଟି ରୁଟିର ଋଣ ସୁଝିଦେଇଥିବା କଥା ପାଖଆଖର ଲୋକ କହୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/DOG.jpg)
/kanak/media/post_attachments/wp-content/uploads/2019/02/loyaldog-300x167.png)