ନଖ ସଫା କରି କୋଟିପତି । ଜଣେ ମହିଳାଙ୍କ ସଫଳତାର କାହାଣୀ 

80

କନକ ବ୍ୟୁରୋ : ଆଜିକାଲି ଜେନରେସନର ପିଲା ଅନ୍ୟ ପାଖରେ ଚାକିରି କରିବା ଅପେକ୍ଷା ନିଜର ବିଜନେସ୍ ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି । ଚାକିରି କରି ମାସ ଶେଷରେ ଦରମାକୁ ଅପେକ୍ଷା କରିବା ଅପେକ୍ଷା ବ୍ୟବସାୟ କରି ପ୍ରତିଦିନ ଟଙ୍କା ରୋଜଗାର କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ଆଉ ସେଥିରେ ଅନେକ ଲୋକ ସଫଳ ମଧ୍ୟ ହେଉଛନ୍ତି । ଠିକ୍ ସେହିଭଳି ଏକ ମହିଳା ବ୍ୟବସାୟଙ୍କ ବିଷୟରେ ଏବେ ଜାଣିବେ । ଯିଏ ଲୋକଙ୍କ ନଖ ସଫା କରି ନଖରେ ସୁନ୍ଦର କଳାକୃତି କରି ଆଜି କୋଟିପତି ହୋଇପାରିଛନ୍ତି ।

ବ୍ରିଟେନରେ ରହୁଥିବା ଏନାବେଲ ନାମକ ଜଣେ ଯୁବତୀ ଗତ ୧୦ ବର୍ଷ ପୂର୍ବେ ଲୋକଙ୍କ ନଖ ସଫା କରି ନଖରେ ବିଭିନ୍ନ ପ୍ରକାର ଆର୍ଟ କରିବା ଆରମ୍ବ କରିଥିଲେ । ପ୍ରଥମେ ଆନାବେଲ ତାଙ୍କ ମାଆଙ୍କ କିଚେନରେ ତାଙ୍କା ସାଙ୍ଗମାନଙ୍କ ନଖ ସଫା କରି ତା ଉପରେ ଚିତ୍ର କରୁଥିଲେ । ଧିରେ ଧିରେ ଅନ୍ୟ ଯୁବତୀ ଏବଂ ମହିଳା ବି ଆନାବେଲଙ୍କ ପାଖକୁ ନେଲ ଆର୍ଟ କରିବାକୁ ଆସିଲେ । ଏହା ପରେ ଧିରେ ଧିରେ ଆନାବେଲଙ୍କ ନଲ ଆର୍ଟ ଭାଇରାଲ ହେବାରେ ଲାଗିଲା । ଆନାବେଲଙ୍କ ପାଖରେ ଲୋକଙ୍କ ଭିଡ ଲାଗିଲା ଆଉ ବ୍ୟବସାୟ ବଢିଲା । ଏବେ ଆନାବେଲ ମାଆଙ୍କ ଛୋଟିଆ କିଚେନକୁ ଛାଡି ବଡ ସେଲୁଲ କରିପାରିଛନ୍ତି ଆନାବେଲ । ଏବେ ବ୍ୟବସାୟ ଏତେ ମାତ୍ରାରେ ବଢିଯାଇଛି ଯେ ଆନାବେଲ ବାର୍ଷିକ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି