ରାଗିଯାଇ ଗାର୍ଲଫ୍ରେଣ୍ଡ ଫୋପାଡିଲେ ଫୋନ, ଚାଲିଗଲା ବୟଫ୍ରେଣ୍ଡର ଜୀବନ…

394

କନକ ବ୍ୟୁରୋ: ସାଧାରଣ ଝଗଡା ଯେ ଏତେ ବଡ ଘଟଣା ଘଟାଇ ପାରେ ତାହା କେବେ ଆପଣ ବିଶ୍ୱାସ କରିପାରିବେନି । ବୟଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡଙ୍କ ମଧ୍ୟରେ କଳି ଝଗଡା ସାଧାରଣ କଥା । ଆଉ ଏହି ଝଗଡାରୁ ଯେ ଜଣକ ଜୀବନ ଚାଲିଯିବ ତାହା ଆପଣଙ୍କୁ ନିଶ୍ଚେ ଆଶ୍ଚର୍ଯ୍ୟ କରିବ । କାରଣ ଏହି ଝଗଡା ସମୟରେ ଗାର୍ଲଫ୍ରେଣ୍ଡ ଜଣକ ରାଗିଯାଇ ତାଙ୍କ ବୟଫ୍ରେଣ୍ଡ ଉପରକୁ ଫୋନ ଫୋପାଡିଥିଲେ । ଫଳରେ ଘଟଣାସ୍ତଳରେ ହିଁ ତାଙ୍କ ଜୀବନ ଚାଲିଯାଇଥିଲା । ତେବେ ଆସନ୍ତୁ ଜାଣିବା କଣ ହୋଇଥିଲା ପୂରା ଘଟଣା ।

ଦ ସନ ରିପୋର୍ଟ ଅନୁସାରେ ଆର୍ଜେଣ୍ଟିନାର ୨୨ ବର୍ଷିୟ ରୋକ୍ସାନା ଆଡେଲିନା ଲୋପେଜଙ୍କ ଉପରେ ତାଙ୍କ ବୟପ୍ରେଣ୍ଡଙ୍କୁ ହତ୍ୟାର ଅଭିଯୋଗ ଲାଗିଛି । ସୂଚନା ଅନୁସାରେ ରୋକ୍ସାନାଙ୍କ ସହ ତାଙ୍କ ବୟଫ୍ରେଣ୍ଡ ଲୁଇସ ଗ୍ୱାଣ୍ଟିଙ୍କ ଝଗଡା ହୋଇଥିଲା । ଆଉ ଏଥିରେ ରାଗିଯାଇ ରୋକ୍ସାନା ତାଙ୍କ ମୋବାଇଲକୁ ଲୁଇସଙ୍କ ଉପରକୁ ଫୋପାଡିଥିଲେ ।

ମୋବାଇଲ ଲୁଇସଙ୍କ ମୁଣ୍ଡରେ ବାଜିବା ଫଳରେ ସେଠାରେ ଘଟଣାସ୍ଥଳରେ ହିଁ ସେ ଅଚେତ ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ତାଙ୍କ ଅପରେସନ ହୋଇଥିଲା । ଅପରେସନ ହୋଇଥିଲେ ମଧ୍ୟ ଡାକ୍ତର ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ ।

ଏପ୍ରିଲ ମାସରେ ଘଟିଥିବା ଏହି ଘଟଣା ପରେ ଯୁବକଙ୍କ ପରିବାର ଲୋକ ତାଙ୍କ ଗାର୍ଲଫ୍ରେଣ୍ଡ ବିରୋଧରେ ଅଭିଯୋଗ କରିଛନ୍ତି । ଆଉ ଅଭିଯୋଗ ପରେ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା ।