ମା’କୁ ଧାରୁଆ ଅସ୍ତ୍ରରେ ହାଣି ବୀଭତ୍ସ ହତ୍ୟା : ଅଭିଯୁକ୍ତ ପୁଅକୁ ଗିରଫ କଲା ପୋଲିସ

ମା’କୁ ଧାରୁଆ ଅସ୍ତ୍ରରେ ହାଣି ବୀଭତ୍ସ ହତ୍ୟା : ଅଭିଯୁକ୍ତ ପୁଅକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ମା’କୁ ହତ୍ୟା କଲା ପୁଅ । ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମରୁ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଗାଁର ସୁଲୋଚନାଙ୍କୁ ତାଙ୍କ ସାନ ପୁଅ ହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସୋମବାର ସୁଲୋଚନାଙ୍କର ମା’ଙ୍କର ଶ୍ରାଦ୍ଧ ଥିଲା । ଶ୍ରାଦ୍ଧ ସାରି ରାତିରେ ସମସ୍ତେ ଶୋଇ ପଡ଼ିଥିଲେ । କିନ୍ତୁ ଭୋରରୁ ଘର ଦାଣ୍ଡରେ ସୁଲୋଚନା ବସିଥିବା ବେଳେ ହଠାତ୍ ପୁଅ ଅଂଶୁମାନ କଟୁରୀରେ ମା’ଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ସୁଲୋଚନାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଅଂଶୁମାନକୁ ଗିରଫ କରିଛି । ତେବେ ଅଂଶୁମାନ କାହିଁକି ଏଭଳି କାଣ୍ଡ ଘଟାଇଲା, ତା’ର କାରଣ ଜଣାପଡ଼ିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe