କନକ ବ୍ୟୁରୋ : ପ୍ରେମିକର ବାହାବେଦୀରେ ପ୍ରେମିକାଙ୍କ ଧାରଣା । ରାତିସାରା ଧାରଣାରେ ବସି ରହିଲେ ଯୁବତୀ । ନିମାପଡା ବ୍ଲକ ବଳଙ୍ଗା ଥାନା ତୋଟା ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବାହାବେଦିରେ ଅନଶନରେ ବସି ରହିଛନ୍ତି ମହିଳା । କାଲି ମଙ୍ଗନ ଥିବା ବେଳେ ଆଜି ବାହାଘର । ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଘରେ କୁଣିଆ ଭର୍ତ୍ତି ହୋଇଛନ୍ତି । ଭୋଜିଭାତ ପାଇଁ ମଧ୍ୟ ସବୁ ପ୍ରସ୍ତୁତି ସରିଛି । ଏହା ପୂର୍ବରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିବାହ ରୋକିବାକୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Advertisment

ଅଭିଯୋଗ ଅନୁସାରେ, ପୁରୀ ଟାଉନ ଥାନା ଅଞ୍ଚଳର ଲକ୍ଷ୍ମୀ ମଲ୍ଲିକଙ୍କ ସହ ବଳଙ୍ଗା ଥାନା ତୋଟା ସାହିର ରମେଶ ଚନ୍ଦ୍ର ମଲ୍ଲିକରଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏପରିକି ଲକ୍ଷ୍ମୀ ଗର୍ଭବତୀ ହୋଇଥିଲେ । କିନ୍ତୁ ରମେଶ ଗର୍ଭ ନଷ୍ଟ କରିଥିଲେ । ଏ ନେଇ ଲକ୍ଷ୍ମୀ ମଲ୍ଲିକ ଥାନାରେ ଅଭିଯୋଗ କରିବା ପରେ ରମେଶ ଜେଲ ଯାଇଥିଲେ । ପରେ ବିବାହର ପ୍ରତିଶ୍ରୁତି ମିଳିବାରୁ ଆପୋଷ ସମାଧାନ ହୋଇଥିଲା ଓ ରମେଶ ଘର ଲୋକେ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

କିନ୍ତୁ ରମେଶ ଅନ୍ୟ ସ୍ଥାନରେ ବାହା ହେଉଥିବା ଖବର ପାଇବା ପରେ ଲକ୍ଷ୍ମୀ ମଲ୍ଲିକ ବାହାବେଦି ଉପରେ ଧାରଣାରେ ବସିଛନ୍ତି । ନ୍ୟାୟ ପାଇବାକୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ରମେଶଙ୍କ ପରିବାର ଲୋକେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ଏହାପଛରେ ଚକ୍ରାନ୍ତ ଅଛି ବୋଲି କହିଛନ୍ତି ।