କଟକରେ ମହିଳାଙ୍କୁ ଛୁରାମାରି ହତ୍ୟା ଘଟଣା: ଧରାପଡିଲା ଅଭିଯୁକ୍ତ ମୁନା ଭୂୟାଁ

63

କନକ ବ୍ୟୁରୋ: କଟକ ଦେବେନ୍ଦ୍ରନଗର ଅଞ୍ଚଳରେ ମହିଳାଙ୍କୁ ଛୁରା ମାରି ହତ୍ୟା ଘଟଣାରେ ଅଭିଯୁକ୍ତ ମୁନା ଭୂୟାଁକୁ ଗିରଫ କରିଛି ସିଆରଆରଆଇ ଥାନା ପୋଲିସ । ଅଭିଯୁକ୍ତ ହତ୍ୟାକାଣ୍ଡ ଘଟାଇ ଜଣଙ୍କ ଘର ଛାତ ଉପରେ ଲୁଚି ରହିଥିଲା । ଘର ମାଲିକ ଦେଖି ଚିତ୍କାର କରିବା ପରେ ସ୍ଥାନୀୟ ଅଞ୍ଚଳର ଯୁବକ ଅଭିଯୁକ୍ତକୁ କାବୁ କରିଥିଲେ । ପରେ ପୁଲିସକୁ ହସ୍ତାନ୍ତର କରିଥିଲେ । ଏହି ଘଟଣା ନୁହେଁ ପୂର୍ବରୁ ମଧ୍ୟ ମୁନା ନାଁରେ ଛୁରା ମାଡ ସହ ଅନେକ ଅସଦାଚରଣ ମାମଲା ରୁଜୁ ହୋଇଛି ।

ଗତକାଲି ମୁନା ନାମକ ଯୁବକ ମହିଳାଙ୍କୁ ଭୁଜାଲିରେ ଆକ୍ରମଣ କରି ହତ୍ୟା କରିଥିଲା । ମୃତ ମହିଳାଙ୍କ ନାଁ ଭାରତୀ ସାହୁ । ତାଙ୍କ ବୟସ ୫୦ ହେବ । ମୁନା ନାଁରେ ଅନେକ ଅପରାଧିକ ମାମଲା ରହିଛି । ମହିଳାଙ୍କୁ ଆକ୍ରମଣ ପଛରେ ଉଦ୍ଦେଶ୍ୟ ମହିଳାଙ୍କ ଝିଅକୁ ଏକତରଫା ଭଲ ପାଉଥିଲା । ଏନେଇ ମୁନା ନାଁରେ ପୂର୍ବରୁ ମହିଳା ଅସଦଆଚାରଣ ମାମଲା ଦେଇଥିଲେ । ଏହାକୁ ନେଇ ମୃତ ମହିଳା ଓ ମୁନ୍ନାଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା , ଯାହା ଆଜି ଉଗ୍ରରୂପ ନେଇଛି । ଆକ୍ରମଣରେ ବ୍ୟବହୃତ ଭୁଜାଲିକୁ ପୁଲିସ ଜବତ କରିଛି । ମହିଳା ଏକାକୀ ଥିବା ସମୟରେ ଏଭଳି ଆକ୍ରମଣ କରିଛି ଅଭିଯୁକ୍ତ ମୁନ୍ନା ।