ଅନେକ ଲୋକଙ୍କର ଦିନରେ ବି ଶୋଇବାର ଅଭ୍ୟାସ ରହିଛି। ଆଉ କେତେକ ଏହାକୁ ଭଲ ପାଆନ୍ତି ନାହିଁ। ନିକଟରେ ୟୁନିଭର୍ସିଟି ଅଫ୍ ପେନସିଲଭାନିୟାର ମନସ୍ତତ୍ତ୍ୱ ବିଜ୍ଞାନର ସହକାରୀ ପ୍ରଫେସର ଫିଲିପ୍ କହିଛନ୍ତି ଯେ ଦ୍ୱିପହରରେ ଶୋଇବା ଫଳରେ କେବଳ ଆଳସ୍ୟ ଦୂର ହୋଇଥାଏ, ତା’ ନୁହେଁ,ବରଂ ଆପଣଙ୍କର କାମ କରିବାରେ ମଧ୍ୟ କ୍ଷିପ୍ରତା ଆସିଥାଏ।
ଦ୍ୱିପହରରେ ଶୋଇଲେ ରୋଗ ପ୍ରତିରୋଧକ କ୍ଷମତା ବି ବୃଦ୍ଧି ପାଇଥାଏ। ଖାଲି ସେତିକି ନୁହେଁ,ଏହା ଫଳରେ ହୃଦ୍ରୋଗ ହେବାର ଆଶଙ୍କା ବି କମ୍ ହୋଇଥାଏ। ୧୫ ରୁ ୩୦ ମିନିଟ୍ ଯାଏଁ ଶୋଇଲେ ଆପଣଙ୍କର ଆଳସ୍ୟ ଦୂର ହୋଇଥାଏ। କିନ୍ତୁ ମାନସିକରୂପେ ଯଦି ଆପଣ କ୍ଳାନ୍ତ ହୋଇଥାନ୍ତି,ତେବେ ଦ୍ୱିପହରରେ ୯୦ ମିନିଟ୍ ଯାଏଁ ଅତିକମ୍ରେ ଶୁଅନ୍ତୁ। କିନ୍ତୁ ତା’ ଠାରୁ କମ୍ ସମୟ ଶୋଇ ହଠାତ୍ ଉଠିପଡ଼ନ୍ତି,ତେବେ ଆପଣଙ୍କୁ ଅଧିକ କ୍ଳାନ୍ତି ଅନୁଭବ ହେବ। ଏଣୁ ଦ୍ୱିପହରରେ ଶୋଉଥିବା ମହିଳାମାନଙ୍କ ପାଇଁ ଏହା ଭଲ ଖବର। ଏହା ବିଶେଷ ଭାବେ ମହିଳାଙ୍କ ପାଇଁ ଲାଭପ୍ରଦ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/6285-girl_napping-1296x728-header.jpg)
/kanak/media/post_attachments/wp-content/uploads/2019/01/mujer-dormida-300x200.jpg)