କନକ ବ୍ୟୁରୋ: ଘରେ ପଶି ମହିଳାଙ୍କୁ ଗୁଳି ମାଡ । ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଅଜଣା ଦୁର୍ବୃତ୍ତ ଘରେ ପଶି ମହିଳାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି । ନୀଳଗିରି ବ୍ଲକର ବରହମପୁର ଥାନା ଅନ୍ତର୍ଗତ ରାଇପାଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ରାଇପାଳ ଗାଁର ରସିକ ମୁର୍ମୁଙ୍କ ପତ୍ନୀ ଲକ୍ଷ୍ମୀ ମୁର୍ମୁଙ୍କୁ ଗୁଳି ମାଡ କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ମହିଳାଙ୍କ ଅଣ୍ଟା ପେଟ ଓ ହାତରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସଂକଟାପନ୍ନ ରହିଛି । କାଲି ରାତିରେ ସମସ୍ତେ ଘରେ ଶୋଇଥିବା ବେଳେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଘରେ ପଶି ଗୁଳି ମାଡ କରିଥିଲେ । ଗୁଳି ଶବ୍ଦ ଶୁଣି ପରିବାର ଲୋକେ ଉଠିିଲା ବେଳକୁ ଅନ୍ଧାରର ସୁଯୋଗ ନେଇ ଦୁଇ ଦୁର୍ବୃତ ଦୌଡି ପଳାଇଥିଲେ । କିଏ କାହିଁକି ଘରେ ପଶି ମହିଳାଙ୍କୁ ଗୁଳି କଲା ଜଣାପଡି ନାହିଁ । ଏନେଇ ବରହମପୁର ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/fire.jpg)