ନିଜ ଇଚ୍ଛାରେ କୋର୍ଟରେ ବିବାହ କରିବା ପରେ ଯାଜପୁର ଯୁବତୀଙ୍କ ସାଂଘାତିକ୍ ଅଭିଯୋଗ : ଭିଡିଓ ଜାରି କରି କହିଲେ, ପରିବାର ଲୋକ ମାରିଦେବାକୁ କରୁଛନ୍ତି ଉଦ୍ୟମ

334

କନକ ବ୍ୟୁରୋ : ନିଜ ଇଛାରେ ପ୍ରେମ ବିବାହ କରିଥିବା ଜଣେ ଯୁବତୀ ଏବେ ମାଗୁଛନ୍ତି ସୁରକ୍ଷା । ଯୁବତୀଙ୍କ ଅଭିଯୋଗ, ପ୍ରେମ ବିବାହ ପରେ ତାଙ୍କର ବାପଘର ଲୋକ ଏହି ବିବାହକୁ ଗ୍ରହଣ କରୁନାହାନ୍ତି । ତାଙ୍କୁ ହତ୍ୟା ଧମକ ଦିଆଯାଉଛି । ସେପଟେ ସ୍ଥାନୀୟ ପୋଲିସ ଏହି ଘଟଣାକୁ ନେଇ ତାଙ୍କର ଶାଶୁଘର ଲୋକ ଓ ସମ୍ପର୍କୀୟଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ ।

ସୂଚନା ଅନୁସାରେ ଏହି ଯୁବତୀ ଜଣକ ହେଉଛନ୍ତି ରାଇରଙ୍ଗପୁର ଅଂଚଳର ବେବି ଫିରଦୋସ ବାନୋ ।  ୮ରୁ ୯ ବର୍ଷ ହେଲା, ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଂଚଳର ଜାଭେଦ ଇକବାଲଙ୍କୁ ପ୍ରେମ କରୁଥିଲେ । ପରିବାର ଲୋକ ଏହା ଜାଣି ଫିରଦୋସଙ୍କୁ କଲିକତାରେ ଥିବା ମାମୁଁଙ୍କ ପାଖକୁ ପଠାଇ ଦେଇଥିଲେ । ତେବେ ସେଠାରୁ ସେ ଖସି ଆସି ଗତ ୨୮ ତାରିଖରେ କୋର୍ଟରେ ବିବାହ କରିଥିଲେ । କିନ୍ତୁ ବର୍ତମାନ ତାଙ୍କ ପରିବାର ତାଙ୍କୁ ଅପହରଣ କରି ହତ୍ୟା ଧମକ ଦେଉଥିବା ସେ ଭିଡିଓ ବାର୍ତା ଜରିଆରେ ଅଭିଯୋଗ ଆଣିଛନ୍ତି ।