କନକ ବ୍ୟୁରୋ: ବିବାହର ୨ ବର୍ଷ ଯାଏଁ ସବୁକିଛି ଠିକ ଚାଲିଥିଲା । ବମ୍ବେରେ ଏକ ଘରୋଇ କମ୍ପାନୀରେ କାମ କରି ଭଲ ଦି ପଇସା ଘରକୁ ପଠାଉଥିଲେ ସ୍ୱାମୀ । ପରିବାର ବେଶ୍ ହସଖୁସିରେ ଚାଲିଥିଲା । ହେଲେ କିଏ ଯେମିତି ନଜର ପକାଇଦେଲା । ସବୁ ଖୁସି କୁଆଡେ ମିଳେଇଗଲା । ଏକ ଦୁର୍ଘଟଣାର ଶିକାର ହୋଇ ସ୍ୱାମୀ ହୋଇଗଲେ ପଙ୍ଗୁ । ଏବେ ଘୋର ଆର୍ଥିକ ସମସ୍ୟା ଭିତରେ ସ୍ୱାମୀଙ୍କ ଚିକିତ୍ସା ପାଇଁ ଗୁହାରୀ କରୁଛନ୍ତି ସ୍ତ୍ରୀ ।

Advertisment

ଆମେ କହୁୁଛୁ କେନ୍ଦ୍ରାପଡା ରାଜକନିକା ବ୍ଲକ ପେଗରପଡା ଗାଁର ସୁମନ୍ତ ମଲି୍ଲକଙ୍କ କଥା । ଦୁର୍ଘଟଣାର ଶିକାର ହେବା ପରେ କୋମାକୁ ଚାଲିଯାଇଥିଲେ ସୁଶାନ୍ତ । ସ୍ତ୍ରୀଙ୍କର ଯାହା ଗହଣାଗାଣ୍ଠି ଥିଲା, ଜମିବାଡି ସବୁ କିଛି ବିକି ଦେଇ ଚିକିତ୍ସା ଚାଲିଲା । ଶେଷରେ ଘର ଡିହ ଖଣ୍ଡକ ବି ବନ୍ଧା ପକାଇ ଚିକିତ୍ସା ହେଲା । ସୁମନ୍ତଙ୍କ ଚେତା ତ ଫେରିଲା ହେଲେ ବାମ ପଟ ହାତ ଗୋଡ କିନ୍ତୁ ଅଚଳ ହୋଇଗଲା । ଏବେ କୌଣସି କାମ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ଡାକ୍ତର କହୁଛନ୍ତି ସମ୍ପୂର୍ଣ୍ଣ ଭଲ ହେବାକୁ ଆହୁରି ଅପେରେସନ୍ ଦରକାର । ଏଥିପାଇଁ ଆବଶ୍ୟକ ଲକ୍ଷାଧିକ ଟଙ୍କା । ହେଲେ ଯେଉଁଠି ଦି ଓଳି ଖାଇବା ଯୋଗାଡ କରିବା କଷ୍ଟ ସେଠଡି ଏତେ ଟଙ୍କା ଆଣିବେ ବା କେଉଁଠୁ । ତେଣୁ ଏବେ ସରକାରଙ୍କ ହାତ ଟେକାକୁ ଚାହିଁ ରହିଛନ୍ତି ସୁମନ୍ତ ଓ ତାଙ୍କ ପତ୍ନୀ ରଞ୍ଜିତା ।

ହାତ ଗୋଡ ଅଚଳ ହୋଇଯିବାପରେ ପରେ ଏବେ ଦୁର୍ଦ୍ଦିନରେ ସୁମନ୍ତଙ୍କ ପରିବାର । ଘର ଚଳାଇବାକୁ ଆଉ କିଛି ବି ସମ୍ବଳ ନାହିଁ । ମାଗିଯାଚି ଘର ଚଳାଉଛନ୍ତି ସୁମନ୍ତଙ୍କ ପତ୍ନୀ ।ଏପରି ସ୍ଥିତିରେ ଗୋଟିଏ ବୋଲି ପୁଅର ପାଠପଢା ଓ ଭବିଷ୍ୟତ ନେଇ ଚିନ୍ତାରେ ରଞ୍ଜିତା । ତେଣୁ ସରକାରୀ ସାହାଯ୍ୟ ପାଇଁ ଗୁହାରୀ କରିଛନ୍ତି ରଞ୍ଜିତା ।

ଯଦି କୌଣସି ସହୃଦୟ ବ୍ୟକ୍ତି ସୁମନ୍ତଙ୍କ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ଠିକଣା ହେଉଛି:
ନାମ: ସୁମନ୍ତ ମଲ୍ଲିକ
ବ୍ୟାଙ୍କ ଆକାଉଣ୍ଟ: canara Bank

A/C No: 6293101003829

IFSC code: CNRB006293

Phn pay: 9892350496