କନକ ବ୍ୟୁରୋ: ଦ୍ରୁତ ବେଗରେ ମାଡି ଆସୁଥିଲା ଟ୍ରେନ୍ । ହେଲେ ଆଗରେ ଥିଲା କାଳ । ଯାହା ଜଣେ ବୃଦ୍ଧାଙ୍କ ନଜରରେ ପଡିଯାଇଥିଲା । ଏତିକିବେଳେ ଭାଗ୍ୟକୁ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଥିଲା । ଆଉ ଟ୍ରେନ୍ ଲାଇନ୍ ଉପରେ ନିଜର ଏକ ଲାଲ୍ ଶାଢୀକୁ ବାନ୍ଧି ଦେଇଥିଲେ । ଆଉ ଶହଶହ ଲୋକଙ୍କ ମୃତ୍ୟୁକୁ ଏଡାଇଦେଇପାରିଥିଲେ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶରେ ।

Advertisment

ଉତ୍ତରପ୍ରଦେଶ ଏଟାରୁ ଟୁଣ୍ଡଲା ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନକୁ ଜଣେ ବୟସ୍କା ମହିଳା ନିଜର ଉପସ୍ଥିତ ବୁଦ୍ଧି ଦ୍ୱାରା ରକ୍ଷା କରିଛନ୍ତି । ଭଙ୍ଗା ଟ୍ରେନ୍ ଲାଇନ୍ ଦେଖି ମହିଳା ଜଣକ ପାଖରେ ଥିବା ଏକ ଲାଲ ଶାଢୀକୁ ଝୁଲାଇଦେଇଥିଲେ । ଏହା ଦେଖି ଟ୍ରେନର ଲୋକୋ ପାଇଲଟ୍ ଟ୍ରେନ ଅଟକାଇଦେଇଥିଲେ । ଆଉ ମହିଳା ଜଣଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ଲାଇନ୍ ସଜାଡିବା ପରେ ଟ୍ରେନ୍ ପୁଣି ଚାଲିଥିଲା ।

ଏଟା ଜିଲ୍ଲାର ଅବାଗଡ ବ୍ଲକରେ ଗୁଲରିୟା ଗାଁ ନିକଟରେ ଘଟଣାଟି ଘଟିଛି । ବିଲକୁ କାମ କରିବାକୁ ଯାଉଥବା ବୃଦ୍ଧା ଓମବତୀଙ୍କ ନଜରରେ ହଠାତ୍ ପଡିଥିôଲା ଟ୍ରେନ୍ର ଭଙ୍ଗା ଟ୍ରାକ୍ ସେ ସାଙ୍ଗେ ସାଙ୍ଗେ ନିଜ ଉପସ୍ଥିତ ବୁଦ୍ଧିରେ ନିଜଲ ଲାଲ ରଙ୍ଗର ଶାଢୀକୁ ଦୁଇ ଖଣ୍ଡ କାଠ ସାହାଯ୍ୟରେ ଟ୍ରେନ ଲାଇନ ଉପରେ ଟାଙ୍ଗିଦେଲେ । ଫଳରେ ଟ୍ରେନଟି ଅଟକିଗଲା । ଆଉ ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ଟ୍ରେନ୍, ବଞ୍ଚିଗଲା ଶହଶହ ଲୋକଙ୍କ ଜୀବନ ।

ଓମବତୀଙ୍କ ଉପସ୍ଥିତ ବୁଦ୍ଧିକୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି । ପାଇଲଟ୍ ଯେତେବେଳେ ଓମବତୀଙ୍କୁ ଟ୍ରେନ ଅଟକାଇବାର କାରଣ ପଚାରିଲେ । ଆଉ ଓମବତୀ ତାଙ୍କୁ ନେଇ ଭଙ୍ଗା ଟ୍ରାକକୁ ଦେଖାଇଲେ । ଏହାପରେ ଟ୍ରେନ୍ ଅଧଘଣ୍ଟା ଯାଏଁ ଅଟକିଲା । ଟ୍ରାକ୍ ମରାମତି ଲାଗି ରେଳବାଇ ଟିମକୁ ଡକାଗଲା । । ଟ୍ରାକ୍ ଠିକ ହେବା ପରେ ଟ୍ରେନ ଗଡିଲା । ଏହି ଘଟଣା ବିଷୟରେ ଓମବତୀ କୁହନ୍ତି’ ମୁଁ ଭଲଭାବେ ଜାଣିଥିଲି ଯେ ଲାଲ ପତାକା ବିପଦର ସଙ୍କେତ । ଗାଁରେ ମଧ୍ୟ ଶୁଣିଥିଲି ଯେ ଲାଲ୍ ପତାକା ଦେଖାଇବା ଦ୍ୱାରା ବିପଦ ଆଶଙ୍କା କରି ଟ୍ରେନ ଅଟକିଯାଏ । ଭାଗ୍ୟ ବଶତଃ ମୁଁ ଲାଲ୍ ଶାଢି ପିନ୍ଧିଥିଲି । ତେଣୁ ଯାହା ମୋତେ ଠିକ୍ ଲାଗିଲା ମୁଁ ତାହା କଲି’ । ଓମବତୀଙ୍କୁୁ ସମ୍ମାନୀତ କରିବା ପାଇଁ ସୋସିଆଲ ମିଡିଆରେ ଲୋକେ ଏବେ ରେଲ ମନ୍ତ୍ରଣାଳୟକୁ ଦାବି କରିଛନ୍ତି । ଏବେ ପୁରା ଦେଶରେ ଭାଇରାଲ ହୋଇଛନ୍ତି ଏହି ବୃଦ୍ଧା ।