କନକ ବ୍ୟୁରୋ: ରଖେ ହରି ତ ମାରେ କିଏ? ନିତିଦିନିଆ ଜୀବନରେ ଆପଣ ଏହି କଥାଟି ନିଶ୍ଚୟ ଶୁଣିଥିବେ । ଯାହାର ଅର୍ଥ ହେଉଛି, ଇଶ୍ୱର ଚାହିଁଲେ ସବୁ ସମ୍ଭବ । ତାଙ୍କର ଆଶୀର୍ବାଦ ଥିଲେ ସବୁ କିଛି ସମ୍ଭବ ହୁଏ । ହେଲେ ଜଣେ ବ୍ୟକ୍ତି ମୃତ୍ୟୁ ପରେ ପୁଣି ଥରେ ଜୀବନ ପାଇଥିବା ଖବର ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ହେଲେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ ।

Kanak News is now on WhatsApp
Join and get latest news updates delivered to you via WhatsApp
ଆମେରିକାର ମେରିଲ୍ୟାଣ୍ଡ ଅଞ୍ଚଳରେ ରହୁଥିବା କ୍ୟାଥି ପିଟନ ନାମକ ଜଣେ ମହିଳାଙ୍କ ଝିଅର ମୃତ୍ୟୁ ହେବାର ୪୫ ମିନିଟ୍ ପରେ ପୁଣି ଜୀବନ ଫେରି ପାଇଛନ୍ତି । ତେବେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲେ ମଧ୍ୟ ପୁଣିଥରେ ସେ ନିଜର ଜୀବନ ଫେରିପାଇଛନ୍ତି ।
ପୂରା ଘଟଣା ହେଉଛି, କ୍ୟାଥି ପିଟନ ଗଲଫ୍ ଖେଳୁଥିଲେ । ଏହି ସମୟରେ ତାଙ୍କ ଝିଅ ଗର୍ଭବତୀ ଥିବାରୁ ତାଙ୍କର ହଠାତ୍ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହି ସମୟରେ ସେ ତାଙ୍କ ଝିଅଙ୍କୁ ନେଇ ହସ୍ପିଟାଲ ଯାଇଥିଲେ । ହେଲେ ସେଠାରେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ହାର୍ଟ ଚେକ୍ ଅପ୍ କରିବା ପରେ ଡାକ୍ତର ତାଙ୍କୁ ମୃତ ବୋଲି କହିଥିଲେ । ଏହାର ପ୍ରାୟ ୪୫ ମିନିଟ୍ ପରେ କିନ୍ତୁ ହଠାତ୍ କ୍ୟାଥିଙ୍କ ଝିଅର ହୃଦ ସ୍ପନ୍ଦନ ଆରମ୍ଭ ହୋଇଥିଲା । ଏବଂ ସେ ଜୀବିତ ଥିବା ନେଇ ଡାକ୍ତର ତାଙ୍କ ମାଙ୍କୁ ସୂଚନା ଦେଇଥିଲେ । ଏହାପରେ ଚମତ୍କାର ଘଟିବା ସହିତ ୪୫ ମିନିଟ୍ ପରେ କ୍ୟାଥିଙ୍କ ଝିଅ ପୁନଃ ଜୀବିତ ହେବା ସହିତ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ ।