ନୟାଗଡର ଯୁବତୀଙ୍କୁ ରାଜଧାନୀରେ ଅସଦାଚରଣ ଅଭିଯୋଗ: କାରରେ ଟେକିନେବା ପରେ ରାସ୍ତା କଡରେ ଫୋପାଡି ଚାଲିଗଲେ ଦୁର୍ବୃତ୍ତ; ଥାନାରେ ବୟାନ ରେକର୍ଡ ପରେ କୋର୍ଟରେ କରାଯିବ ହାଜର

ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା

625

କନକ ବ୍ୟୁରୋ: ଖୋର୍ଦ୍ଧା ଯୁବତୀଙ୍କୁ ଅସଦାଚରଣ ଘଟଣାରେ ପୀଡିତାଙ୍କ ବୟାନ ରେକର୍ଡ କରିବ ପୁଲିସ । ଡାକ୍ତର ମାଇନା ପରେ ତାଙ୍କୁ ଖଣ୍ଡଗିରି ଥାନାକୁ ଅଣାଯାଇ ବୟାନ ରେକର୍ଡ କରାଯିବ । ଏହା ପରେ କୋର୍ଟରେ ହାଜର କରାଯିବ । ସେପଟେ ଏହି ମାମଲାରେ ଅଭିଯୁକ୍ତଙ୍କୁ ଅଟକ ରଖି କମିଶନରେଟ୍ ପୋଲିସ ଜେରା କରୁଛି । ଏନେଇ ଟୁଇଟ୍ କରିଛନ୍ତି ଭୁବନେଶ୍ୱର ଡିସିପି । ନିଜ ଆଡୁ ମାମାଲା ରୁଜୁ କରି କମିଶନରେଟ୍ ପୋଲିସ ଘଟଣାର ଛାନଭିନ୍ କରୁଛି । ଘଟଣାରେ ବ୍ୟବହାର ହୋଇଥିବା ଓଲା କାରକୁ ପୋଲିସ ସିଜ୍ କରିସାରିଛି ।

ଗତକାଲି ଖୋର୍ଦ୍ଧାର ଅଂଚଳର ଜଣେ ଯୁବତୀ ଭୁବନେଶ୍ୱରକୁ କୌଣସି କାମରେ ଆସି ଫେରିବା ସମୟରେ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇ କାରରେ ଦୁଷ୍କର୍ମ କରିବା ପରେ ମୁମୁର୍ଷୁ ଅବସ୍ଥାରେ ରାସ୍ତା କଡରେ ଫୋପାଡି ଚାଲିଯାଇଥିଲେ । ଖଣ୍ଡଗିରି ନିକଟରେ ଘଟିଥିଲା ଏହି ଘଟଣା । ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବର୍ତମାନ ଗୁରୁତର ଯୁବତୀଙ୍କର ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ପୋଲିସ ଯୁବତୀଙ୍କ ବୟାନ ରେକର୍ଡ କରିବା ପରେ ତଦନ୍ତ କରୁଛି ।