ଉନ୍ନାଓ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରି ନିଜ ଝିଅ ଦେହରେ ପେଟ୍ରୋଲ ଢାଳି ଦେଲେ ମହିଳା !

370

କନକ ବ୍ୟୁରୋ : ଦିଲ୍ଲୀରେ ଥିବା ସଫଦରଜଙ୍ଗ ଡାକ୍ତରଖାନା ବାହାରେ ଶନିବାର ଆନ୍ଦୋଳନ ଆରମ୍ଭ କରିଥିଲେ ଜଣେ ମହିଳା । ଉନ୍ନାଓ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରି ମହିଳା ଜଣଙ୍କ ଆନ୍ଦୋଳନ କରୁଥିବା ବେଳେ ହଠାତ୍ ନିଜ ନାବାଳିକା ଝିଅ ଦେହରେ ପେଟ୍ରୋଲ ଢ଼ାଳି ଦେଇଥିଲେ । ଏହି ଘଟଣା ପରେ ଡାକ୍ତରଖାନାରେ ଥିବା ପୁଲିସକର୍ମୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ମହିଳାଙ୍କୁ ହେପାଜତକୁ ନେଇଥିବା ଜଣାପଡ଼ିଛି ।

ଗତକାଲି ରାତିରେ ଉନ୍ନାଓ ପୀଡ଼ିତାଙ୍କର ଚିକିତ୍ସାଧିନ ଅବସ୍ଥାରେ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଶନିବାର ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ଗାଁକୁ ପଠାଯିବାର ଘଣ୍ଟାକ ପରେ ମହିଳାଜଣକ ଆସି ଡାକ୍ତରଖାନା ବାହାରେ ଆନ୍ଦୋଳନ ଆରମ୍ଭ କରିଥିଲେ ।

ସୂଚନା ମୁତାବକ, ଗୁରୁବାର ସକାଳ ସମୟରେ ଉନ୍ନାଓ ପୀଡ଼ିତା କୋର୍ଟରେ ଥିବା ଶୁଣାଣି ପାଇଁ ଅଦାଲତକୁ ଯାଉଥିବା ବାଟରେ ୫ଜଣ ଯୁବକ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ପରେ ତାଙ୍କ ଶରୀରର ୯୦ପ୍ରତିଶତ ପୋଡ଼ିଯିବା ସହ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ଲାଗି ବିମାନ ଯୋଗେ ଦିଲ୍ଲୀକୁ ଅଣାଯାଇଥିଲା । ଦୀର୍ଘ ୪୦ଘଣ୍ଟା ପର୍ଯ୍ୟନ୍ତ ମୃତ୍ୟୁ ସହ ଲଢ଼େଇ କରିବା ପରେ ଶୁକ୍ରବାର ରାତି ୧୧ଟା ୪୦ମିନିଟରେ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.