ମାଆ ସାଜିଲା ହତ୍ୟାକାରୀ: ସ୍ୱାମୀ ସହ ଝଗଡ଼ା ହେଲା ବୋଲି ୩ ଝିଅଙ୍କୁ ବିଷ ଦେଇ ମାରିଲା ।

542

କନକ ବ୍ୟୁରୋ: ଘରୋଇ କଳିର କରୁଣ ପରିଣତି । ସ୍ୱାମୀ ସହ ବଚସା ହେବାରୁ ଝିଅଙ୍କୁ ବିଷ ଦେଇ ମାରିଦେଲା ମାଆ । ଯେଉଁ ସ୍ନେହବୋଳା ହାତରେ ଗେଲବସର କରି ବଡ଼ କରିଥିଲା ସେହି ହାତ ଯେ ହତ୍ୟାକାରୀ ସାଜିବ ତାହା କେହି କଳ୍ପନା ବି କରିନଥିଲେ । ଉତ୍ତରପ୍ରଦେଶର ଗାଜିପୁରରୁ ଏମିତି ଏକ ଅଭାବନୀୟ ଖବର ଆସିଛି । ଯାହା ଉତ୍ତରପ୍ରଦେଶକୁ ସ୍ତବ୍ଧ କରିଦେଇଛି ।

ପୋଲିସ କହିବା ମୁତାବକ, ଉକ୍ତ ମହିଳା ଜଣକ କୌଣସି କାରଣରୁ ସ୍ୱାମୀ ସହ ଯୁକ୍ତିତର୍କ କରିଥିଲେ । ପରେ ପରେ ସାମାନ୍ୟ କଳି ବଡ଼ ବଚସାରେ ପରିଣତ ହୋଇଥିଲା, ଏଥିରେ କ୍ଷୁବ୍ଧ ହୋଇଯାଇଥିଲେ ଉକ୍ତ ମହିଳା । ନିଜ ରାଗ ସୁଝାଇବାକୁ ଜନ୍ମକଲା ୩ ଝିଅଙ୍କୁ ଖାଇବା ବାହାନାରେ ବିଷ ଖୁଆଇ ଦେଲେ । ଘଟଣା ସ୍ଥଳରେ ହିଁ ୨ ଝିଅଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଝିଅଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇଛନ୍ତି ।

ଏପଟେ ପୋଲିସ ମାମଲା ରୁଜୁ ହୋବା ପରେ ହତ୍ୟାକାରୀ ମାଆକୁ ହେପାଜତକୁ ନେଇଛି । ୩ ମୃତ ଝିଅଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏପଟେ କାହିଁକି ଏବଂ ପ୍ରକୃତରେ କେଉଁ କାରଣରୁ ଜଣେ ଜନ୍ମକଲା ମାଆ ରାକ୍ଷସୀ ସାଜି ଏଭଳି ନାରକୀୟ କାଣ୍ଡ ଘଟାଇଲା ତାହାର ଛାନ୍ ଭିନ୍ ଆରମ୍ଭ କରିଛି ୟୁପି ଗାଜିପୁର ପୋଲିସ ।