ମସ୍ତିଷ୍କ ଅସ୍ତ୍ରୋପଚାର ବେଳେ ଭାଓଲିନ ବଜାଇଲେ ମହିଳା । ଏପରି ଏକ ଘଟଣା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ , ଏହା ଘଟିଛି ଲଣ୍ଡନରେ । ଦାଗମର ଟର୍ଣ୍ଣର ନାମକ ଜଣେ ୫୩ ବର୍ଷୀୟା ମହିଳାଙ୍କ ମସ୍ତିଷ୍କର ଡାହାଣ ଅଂଶରେ ଟ୍ୟୁମର ହୋଇଥିଲା । ହସ୍ପିଟାଲରେ ଏକ ଡାକ୍ତରୀ ଦଳ ତାଙ୍କର ଅସ୍ତ୍ରାପଚାର କରୁଥିବା ସମୟରେ ସେ ଭାଓଲିନ ବଜାଉଥିବା ଦେଖିବାକୁ ମିଳିଥିଲା । ଅସ୍ତ୍ରାପଚାର କରୁଥିବା ଡାକ୍ତର ଏନେଇ ନିଜର ମତ ଦେଇ କହିଛନ୍ତି ଯେ, ସେ ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ଅସ୍ତ୍ରୋପଚାର ବେଳେ ରୋଗୀଙ୍କୁ ଭାଓଲିନ ବଜାଉଥିବା ଦେଖିବାକୁ ପାଇଥିଲେ । ଉକ୍ତ ମହିଳା ରୋଗୀ ଜଣକ ପ୍ରାୟ ୪୦ ବର୍ଷ ଧରି ଭାଓଲିନ ବଜାଇ ଆସୁଥିଲେ । ତେବେ ସେ ଯେତେବେଳେ ଶୁଣିଲେ ଯେ, ମସ୍ତିଷ୍କ ଟ୍ୟୁମର କାରଣରୁ ସେ ଆଉ ଭାଓଲିନ ବଜାଇ ପାରିବେ କି ନାହିଁ ତାଙ୍କୁ ନେଇ ସନ୍ଦେହ ରହିଛି । ସେତେବେଳେ ସେ ଦୁଃଖିତ ହୋଇଥିଲେ । ଡାକ୍ତରଙ୍କ ମତ ଅନୁସାରେ ଅସ୍ତ୍ରୋପଚାର ପରେ ତାଙ୍କ ସ୍ମରଣ ଶକ୍ତି ରହିବ ନାଁ ନାହିଁ ସେ ନେଇ ଦ୍ୱନ୍ଦ ରହିଥିଲା । ତେଣୁ ମହିଳା ଜଣକ ଅସ୍ତ୍ରୋପଚାର ସମୟରେ ଭାଓଲିନ ବଜାଇବା ପାଇଁ ନିଷ୍ପତି ନେଇଥିଲେ ।/kanak/media/post_attachments/wp-content/uploads/2020/02/5e4ea48ca9f40c03883b6235-300x196.jpg)
ଅସ୍ତ୍ରୋପଚାର ପରେ ଉକ୍ତ ମହିଳାଙ୍କ ମସ୍ତିଷ୍କରୁ ୯୦ ପ୍ରତିଶତ ଟ୍ୟୁମର ବାହାର କରାଯାଇଛି । ଦାଗମର ଟର୍ଣ୍ଣର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ୍ ଥିବା ବେଳେ, ସେ ଡାକ୍ତରଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି । ଭାଓଲିନକୁ ନେଇ ଦାଗମର କୁହନ୍ତି, ପିଲାଟି ଦିନରୁ ଭାଓଲିନ ପ୍ରତି ମୋର ଦୁର୍ବଳତା ରହିଛି । ୧୦ ବର୍ଷ ବୟସରୁ ମୁଁ ଭାଓଲିନ ବଜାଇ ଆସୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/VAOLIN.jpg)