କରୋନା ଟିକା ନେବାପରେ ଚମକିଲା ଭାଗ୍ୟ, ୭ କୋଟିର ମାଲିକାଣୀ ହୋଇଗଲେ ମହିଳା

190

କନକ ବ୍ୟୁରୋ : କରୋନା ମହାମାରୀରୁ ରକ୍ଷା ପାଇବାକୁ ସାରା ବିଶ୍ୱରେ ଚାଲିଛି ଟିକାକରଣ ଅଭିଯାନ । ଏହି କ୍ରମରେ ଅଷ୍ଟ୍ରେଲିଆର ଜଣେ ମହିଳା ଟିକା ନେଇ ୭ କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି । ଆପଣ ଭାବୁଥିବେ କି ସରକାର ଟିକା ମାଗଣାରେ ଦେଉଛନ୍ତି । ଅନ୍ୟପଟେ କିଛି ଲୋକ ବି ଟିକା କିଣି ଲଗାଉଛନ୍ତି । ହେଲେ ମହିଳା ଜଣଙ୍କ ଟିକା ନେଇ କିଭଳି କୋଟିପତି ହୋଇଗଲେ । ଆସନ୍ତୁ ଜାଣିବା କଣ ରହିଛି ବାସ୍ତବ ଘଟଣା  ।

ଅଷ୍ଟ୍ରେଲିଆର ଜଣେ ମହିଳା କୋଭିଡ ନିରୋଧୀ ଟିକା ନେବା ପରେ ତାଙ୍କର ଭାଗ୍ୟ ବଦଳି ଯାଇଛି । ‘ଡେଲି ମେଲ’ ର ରିପୋର୍ଟ ମୁତାବକ ‘ବିଲିଅନ ଡଲାର ଭାକ୍ସ ଲଟେରୀ’ ତରଫରୁ ଟିକା ଲଗାଇଲେ ଲୋକଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଥିଲା । ଏଥିରେ ପାଖା ପାଖି ୩୦ ଲକ୍ଷ ଲୋକ ପଞ୍ଜିକରଣ କରିଥିଲେ । ତାହା ମଧ୍ୟରୁ ୨୫ ବର୍ଷିୟ ଜୋଆନ ଝୁ ନାମକ ଜଣେ ଅଷ୍ଟ୍ରେଲିଆ ମହିଳା ଏହି ଲଟେରୀ ଜିତିଛନ୍ତି । ମହିଳାଙ୍କୁ କମ୍ପାନୀ ତରଫରୁ ୭.୨୮ କୋଟି ଟଙ୍କା ଦିଆଯାଇଛି ।

ଜୋଆନ ଝୁ ଲକ୍ଷ ଲକ୍ଷ ଲୋକଙ୍କୁ ପଛରେ ପକାଇ ମିଲିୟନ ଡଲାର ଏହି ପୁରସ୍କାର ଜିତିପାରିଛନ୍ତି । ଏନେଇ କମ୍ପାନୀ ତରଫରୁ କୁହାଯାଇଛି କି ଟିକାକରଣ ଅଭିଯାନକୁ ଦ୍ରୁତ କରିବାକୁ ଏଭଳି ପୁରସ୍କାର ଘୋଷଣା କରାଯାଇଥିଲା ।

କୁହାଯାଇଛି କି ଟିକାକରଣ ପାଇଁ ଜୋଆନ ଝୁ ପଞ୍ଜିକରଣ କରି ଟିକା ନେବା ପରେ ନିଜ କାମରେ ବ୍ୟସ୍ତ ରହିଥିଲେ । ଦିନେ ହଠାତ୍ ତାଙ୍କୁ ବିଲିୟନ ଡଲାର କମ୍ପାନୀ ପକ୍ଷରୁ ତାଙ୍କ ପାଖକୁ ଫୋନ ଆସିଥିଲା । ହେଲେ କୌଣସି କାରଣରୁ ସେ ଫୋନ ଉଠାଇ ପାରି ନଥିଲେ । ଦ୍ୱିତୀୟ ପାଇଁ ପୁଣି ଯେତେବେଳେ ଫୋନ ଆସିଲା ସେ ଫୋନ ରିସିଭ କରି ଲଟେରୀ ଜିତିଥିବା କଥା ଜାଣିବାକୁ ପାଇଲେ ।