ଅନଲାଇନ ସାଇଟରୁ ଅର୍ଡ଼ର ହୋଇଥିଲା ପ୍ରୋଟିନ ପାଉଡର ! ପାର୍ସଲ ଆସିବା ପରେ ସେଥିରୁ ବାହାରିଲା କୁମ୍ଭିର ।
ଆଜିକାଲି ଲୋକମାନେ ନିଜ କାମକୁ ନେଇ ବ୍ୟସ୍ତ ରହୁଥିବାରୁ କୌଣସି ଜିନିଷ କିଣିବା ପାଇଁ ସେମାନେ ଅନ୍ଲାଇନ୍ ସାଇଟମାନଙ୍କ ଉପରେ ନିର୍ଭର କରୁଛନ୍ତି । କିନ୍ତୁ ଅନେକ ସମୟରେ ଲୋକମାନଙ୍କ ଅନଲାଇନ୍ ସାଇଟମାନଙ୍କ ଉପରେ ଥିବା ବିଶ୍ୱାସ ଭାଙ୍ଗି ଯାଇଥାଏ । ଲୋକମାନେ କିଛି ଜିନିଷ ଅର୍ଡ଼ର କରିଥିବା ବେଳେ ତାଙ୍କ ପାଖରେ ପହଞ୍ଚେ କିଛି ଅଲଗା ଜିନିଷ । ଆଗରୁ ଏଭଳି ଅନେକ ଘଟଣା ଘଟିଥିବା ବେଳେ ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି । ଚୀନର ଜଣେ ମହିଳା ଅନଲାଇନ୍ ସାଇଟ୍ରୁ ପ୍ରୋଟିନ ପାଉଡର ଅର୍ଡ଼ର କରିଥିବା ବେଳେ ତାଙ୍କ ପାଖକୁ ଆସିଥିବା ପାର୍ସଲରୁ ବାହାରିଲା କୁମ୍ଭୀର ଏବଂ ଏଣ୍ଡୁଅ । ଭିତରର ଦୃଶ୍ୟ ଦେଖି ମହିଳା ହଠାତ୍ ଚମକି ପଡିବା ସହ ନିଜ ଆଖିକୁ ବିଶ୍ୱାସ କରି ପାରି ନଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଚୀନରେ ରହୁଥିବା ଝାଙ୍ଗ ନାମକ ଜଣେ ମହିଳା ଅନଲାଇନରୁ ୪ଟି ପ୍ରୋଟିନ ପାଉଡର ପେଟି ମଗାଇଥିଲେ । ୩ଟି ପେଟିର ଆକାର ଠିକ୍ ଥିବା ବେଳେ ୪ ନମ୍ବର ପେଟିର ଆକାର ବଡ଼ ଥିବାରୁ ମହିଳାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ପେଟି ଖୋଲିବା ପରେ ପେଟି ମଧ୍ୟରୁ ଦୁର୍ଗନ୍ଧ ଆସିବାକୁ ଲାଗିଥିଲା । ପେଟି ସଂପୂର୍ଣ୍ଣ ଖୋଲିବା ପରେ ଭିତରେ ମୃତ କୁମ୍ଭୀର ଏବଂ ଏଣ୍ଡୁଅ ଥିବା ଦେଖି ମହିଳାଙ୍କ ହୋସ ଉଡ଼ି ଯାଇଥିଲା । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ସପିଂ ସାଇଟ୍ ଭୁଲ ଠିକଣାକୁ ଡ଼େଲିଭରି କରିଥିବା ଜଣା ପଡ଼ିଥିଲା । ଅଧିକ ସମୟ ଧରି କୁମ୍ଭୀର ଏବଂ ଏଣ୍ଡୁଅ ପେଟି ଭିତରେ ରହିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା ।