ଅନ୍ୟଙ୍କ ପାଇଁ ଉଦାହରଣ ସାଜିଲେ ଦୁଇ ଭଉଣୀ ସୁପ୍ରଭା ଓ ଶୁଭଦର୍ଶିନୀ । ପ୍ରମାଣ କରିଦେଲେ ପୁଅଙ୍କଠୁ କମ୍ ନୁହଁନ୍ତି ଝିଅ

Advertisment
ଅନ୍ୟଙ୍କ ପାଇଁ ଉଦାହରଣ ସାଜିଲେ ଦୁଇ ଭଉଣୀ ସୁପ୍ରଭା ଓ ଶୁଭଦର୍ଶିନୀ । ପ୍ରମାଣ କରିଦେଲେ ପୁଅଙ୍କଠୁ କମ୍ ନୁହଁନ୍ତି ଝିଅ

ଭାରୀଯାନ ଚାଳକ ସିଟ୍‌ରେ ମହିଳା। ଛତିଆସ୍ଥିତ ଭାରୀଯାନ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ଏଭଳି ପଦକ୍ଷେପ ନେଇ ମହିଳା ସଶକ୍ତୀକରଣ ଦିଗକୁ ଆଉ ପାଦେ ଆଗକୁ ବଢ଼ିଛି। କେବଳ ପୁରୁଷ ନୁହନ୍ତି, ମହିଳାମାନେ ମଧ୍ୟ ଭାରୀଯାନ ଚଳାଇବାକୁ ସକ୍ଷମ। ଡ୍ରାଇଭିଂ ତାଲିମ କେନ୍ଦ୍ର ସହଯୋଗରେ ପଅଶିକ୍ଷିତ ଦୁଇ ଭଉଣୀ ସୁପ୍ରଭା ଜେନା ଓ ଶୁଭଦର୍ଶିନୀ ଜେନା ଏଭଳି କରି ଦେଖାଇଛନ୍ତି। ଦୁହିଁଙ୍କ ଘର ବଡ଼ଚଣା ବ୍ଲକର ବରପଦା ଗାଁରେ। ଦୁହେଁ ଯୁକ୍ତ ୩ ଯାଏ ପାଠ ମଧ୍ୟ ପଢ଼ିଛନ୍ତି। କିଛି କରିବାର ଇଚ୍ଛା ନେଇ ସେମାନେ ଆଗକୁ ବଢ଼ିଛନ୍ତି। ତାଲିମ କେନ୍ଦ୍ରରେ ସେମାନେ ବସ୍‌, ଟ୍ରକ ପରି ଭାରୀଯାନ ଚଳାଇବା ଶିଖିଛନ୍ତି। ମହିଳାମାନେ ବାଇକ୍‌, କାର୍‌, ଜିପ୍‌ ଆଦି ଚଳାଉଥିବା ସମସ୍ତେ ଦେଖୁଥି‌ଲେ। ଏବେ ସେମାନଙ୍କୁ ବସ୍‌, ଟ୍ରକ୍‌ ଡ୍ରାଇଭର ସିଟ୍‌ରେ ଦେଖିବାକୁ ମିଳିବ।

ଯାଜପୁର ଜିଲ୍ଲା ଛତିଆ ବିଦ୍ୟାଧରପୁରଠାରେ ରାଜ୍ୟ ପରିବହନ ବିଭାଗ ଓ ଅଶୋକ ଲେଲ୍ୟାଣ୍ଡର ମିଳିତ ଉଦ୍ୟମରେ ( ପିପିପି ମୋଡରେ) ୨୦୧୩ରେ ପ୍ରତିଷ୍ଠା ହୋଇଛି ଭାରୀଯାନ ଚାଳକ ପ୍ରଶିକ୍ଷଣ କେନ୍ଦ୍ର। ଏଠାରେ ବେକାର ଆଗ୍ରହୀ ପ୍ରାର୍ଥୀଙ୍କୁ ବସ୍‌ ଓ ଟ୍ରକ୍‌ ଆଦି ଭାରୀଯାନ ଚଳାଇବା ନିମନ୍ତେ ଏକମାସ ମାଗଣାରେ ତାଲିମ ଦିଆଯାଉଛି। ହଷ୍ଟେଲ ସୁବିଧା ସହ ଖାଇବାପିଇବାର ବ୍ୟବସ୍ଥା କରାଯାଇଛି। ଏବେ ଏଠାରେ ମହିଳାଙ୍କୁ ଟ୍ରକ, ଟ୍ରେଲର ଓ ବସ୍‌ ଆଦି ଚଳାଇବା ପାଇଁ ମାଗଣା ତାଲିମ ଦିଆଯାଉଛି। ଏଠାରୁ ତାଲିମ ନେବା ପରେ ସେମାନଙ୍କୁ ସରକାରୀ ନିଯୁକ୍ତି କ୍ଷେତ୍ରରେ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ। ବରପଦା ଗାଁର ଦୁଇ ଭଉଣୀ ସୁପ୍ରଭା ଯେନା ଏବଂ ଶୁଭଦର୍ଶିନୀ ଯେନା ପାଠପଢ଼ା ସାରିବା ପରେ ଘରେ ବସିଥିଲେ। ସେମାନେ ଏହି ଭାରୀଯାନ ଡ୍ରାଇଭିଂ ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ନେଇ ବସ୍‌, ଟ୍ରକ ଆଦି ଚଲାଇବାକୁ ଦୁହେଁ ସକ୍ଷମ ହୋଇଛନ୍ତି। ଏବେ ଏଠାରେ ମହିଳାଙ୍କୁ ତାଲିମ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ରହିବା ପାଇଁ ସ୍ବତନ୍ତ୍ର ହଷ୍ଟେଲ ସୁବିଧା କରାଯାଇଛି। ତାଲିମ ଶେଷ ହେବା ପରେ କେନ୍ଦ୍ର ପକ୍ଷରୁ ବିଭିନ୍ନ ଘରୋଇ ଓ ସରକାରୀ ସଂସ୍ଥାରେ ନିଯୁକ୍ତିର ସୁଯୋଗ ଯୋଗାଇ ଦିଆଯାଉଛି। ଭାରୀଯାନ ତାଲିମ ପ୍ରାୟ ୧ ମାସ ଚାଲୁଥିବା ବେଳେ ଉଭୟ ଥିଓରି ଓ ପ୍ରାକ୍ଟିକାଲ ରହିଛି। ସଫଳତାର ସହ ତାଲିମ ଶେଷ କରିବା ପରେ ପ୍ରଶିକ୍ଷାର୍ଥୀଙ୍କୁ ମାଗଣାରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଉଛି। ଏହି ଦୁଇ ଭଉଣୀଙ୍କ ପରି ଅନ୍ୟ ଆଗ୍ରହୀ ମହିଳାମାନେ ମଧ୍ୟ ନିଜକୁ ଗାଡ଼ି ଚାଳନା କ୍ଷେତ୍ରରେ ଯୋଗ୍ୟ କରିପାରିବେ ବୋଲି ଭାରୀଯାନ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ସାଦିକ ହୁସେନ ସୟଦ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe