ନବରଙ୍ଗପୁର ସୀମାରୁ ଆହତ ମହିଳା ନକ୍ସଲ ଗିରଫ । ଛତିଶଗଡ ଏକାୱାରୀ ଗାଁରେ ଲୁଚିଥିବାବେଳେ ଗିରଫ କଲା ଗୁଇନ୍ଦା ଟିମ୍ ।

ନବରଙ୍ଗପୁର ସୀମାରୁ ଆହତ ମହିଳା ନକ୍ସଲ ଗିରଫ । ଛତିଶଗଡ ଏକାୱାରୀ ଗାଁରେ ଲୁଚିଥିବାବେଳେ ଗିରଫ କଲା ଗୁଇନ୍ଦା ଟିମ୍ ।

କନକ ବ୍ୟୁରୋ: ଧରାପଡିଲେ ମହିଳା ମାଓବାଦୀ । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡର ଏକାୱାରି ଗାଁରୁ ଜଣେ ମହିଳା ମାଓବାଦୀଙ୍କୁ ଗିରଫ କରିଛି ଓଡିଶା ପୁଲିସ । ଗୁଇନ୍ଦା ସୂଚନା ଆଧାରରେ ନବରଙ୍ଗପୁର ପୋଲିସର ଦୁଇଟି ଟିମ୍ ଉକ୍ତ ଗାଁରେ ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ୨୫ ବର୍ଷିୟା ମ୍ୟାଙ୍ଗ୍ ନୁରେଟି (ସିନ୍ଧୁ) ନାମକ ଜଣେ ମହିଳା କ୍ୟାଡର୍ ମାଓବାଦୀଙ୍କୁ ଗିରଫ କରାଯାଇଛି ।

ସେ ଗତ ୧୨ ତାରିଖରେ ଛତିଶଗଡର କରିପାନୀ ଓ ଏକାୱାରି ଗାଁ ନିକଟରେ ହୋଇଥିବା ପୋଲିସ-ନକ୍ସଲ ଗୁଳି ବିନିମୟରେ ସାମିଲ ହୋଇଥିବା ଜଣାପଡିଛି । ସେ ଗତ ୨୦୨୧ରୁ ସୀତା ନଦୀ ଏରିଆ କମିଟିର ଦୀପକ ମାଣ୍ଡଭି ନାମକ ନକ୍ସଲଙ୍କ ନେତୃତ୍ୱରେ କାମ କରୁଥିବା ପୋଲିସ ଜାଣିବାକୁ ପାଇଛି । ଗିରଫ ପରେ ଓଡିଶା ପୁଲିସ ଛତିଶଗଡର ଧମନ୍ତରୀ ପୋଲିସ ଷ୍ଟେସନକୁ ମହିଳା ମାଓବାଦୀଙ୍କୁ ହସ୍ତାନ୍ତର କରିଛି । ସେ ଅନ୍ୟ କେଉଁ କେଉଁ ନକ୍ସଲ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଥିଲା ସେନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe