ମରିଗଲା ମାନବିକତା...ବୃଦ୍ଧାଙ୍କ ପ୍ରତି ଆସିଲାନି ଟିକେ ବି ଦରଦ...ସଉଦା ଆଣିବାକୁ ଭୁଲିଗଲେ ବୋଲି ଅସହାୟ ବୃଦ୍ଧାଙ୍କ ଉପରେ ମହିଳାଙ୍କ ଅକଥନୀୟ ନିର୍ଯାତନା

Advertisment
ମରିଗଲା ମାନବିକତା...ବୃଦ୍ଧାଙ୍କ ପ୍ରତି ଆସିଲାନି ଟିକେ ବି ଦରଦ...ସଉଦା ଆଣିବାକୁ ଭୁଲିଗଲେ ବୋଲି ଅସହାୟ ବୃଦ୍ଧାଙ୍କ ଉପରେ ମହିଳାଙ୍କ ଅକଥନୀୟ ନିର୍ଯାତନା

କନକ ବ୍ୟୁରୋ: ମରିଗଲା ମାନବିକତା । ବୃଦ୍ଧାଙ୍କ ପ୍ରତି ଆସିଲାନି ଟିକେ ବି ଦରଦ । ଏହି ଖବରଟିକୁ ପଢିଲେ ମଣିଷ ପଣିଆକୁ ବି ଲଜ୍ଜା ଆସିଯିବ । ଅନୁଗୁଳରୁ ଆସିଛି ଏଭଳି ଛାତି ଥରା ଚିତ୍ର । ତେବେ ଏହି ଘଟଣାଟି ବୟାନ କରୁଛି ସଭ୍ୟ ସମାଜରେ ଲୁଚି ବସିଥିଲା ସଇତାନ ରୂପି ମଣିଷର ଅସଲ ଚେହେରା । ତେବେ ସଉଦା ଆଣିବାକୁ ଭୁଲିଯିବାରୁ ବୃଦ୍ଧାଙ୍କ ଏଭଳି ଦଣ୍ଡର ସାମ୍ନା କରିବାକୁ ପଡିଛି । ଆଉ ଅସହାୟ ବୃଦ୍ଧାଙ୍କୁ ମାଡ ମାରିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଘଟଣା ହେଉଛି ଅନୁଗୁଳ ଜିଲ୍ଲା ରେଙ୍ଗାଳି ବଜାରର । ବୃଦ୍ଧା ଜଣକ ହୋଟେଲରେ ବାସନ ମାଜିବା କାମ କରନ୍ତି । ତେବେ ପରିବା ଆଣିବାକୁ ଯାଇ ସଉଦା ଆଣିବାକୁ ଭୁଲିଗଲେ ବୋଲି ବୃଦ୍ଧାଙ୍କ ଉପରେ ହୋଇଛି ଏପରି ଅମାନୁଷିକ ଅତ୍ୟାଚାର । ମାନସିକ ଭାରସାମ୍ୟ ହରାଇବସିଥିବା ଏହି ଅସହାୟ ବୃଦ୍ଧାଙ୍କ ଏଭଳି ନିର୍ଯାତନା ଏବେ ଅନୁଗୁଳରେ ଚର୍ଚ୍ଚାର ବିଷୟ ହୋଇଛି । ମାଡ ମାରୁଥିବା ମହିଳା ଜଣକ ସେହି ଅଂଚଳର ବୋଲି କୁହାଯାଉଛି । ତାଙ୍କର ପରିଚୟ ସଠିକ୍ ଭାବେ ଜଣାପଡିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe