କନକ ବ୍ୟୁରୋ : ଦିନକୁ ଦିନ କୁକୁରଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ବ୍ରହ୍ମପୁରରୁ କୁକୁରଙ୍କ ଉତ୍ପାତର ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଆଶ୍ଚର୍ଯ୍ୟ କରିଛି । ସୋମବାର ସକାଳ ୬ଟାରୁ ଏକ ସ୍କୁଟିରେ ଦୁଇଜଣ ମହିଳା ଶିଶୁକୁ ସ୍କୁଲ ଛାଡ଼ିବାକୁ ଯାଉଛନ୍ତି । କିନ୍ତୁ ଏହି ସମୟରେ ଗାନ୍ଧୀ ନଜର ସପ୍ତମ ଲାଇନରେ କିଛି ବୁଲା କୁକୁର ସେହି ସ୍କୁଟିକୁ ପିଛା କରିଥିଲେ । ଯାହା ଫଳରେ ସ୍କୁଟିଟି ରାସ୍ତା ପାଶ୍ୱର୍ରେ ଥିବା ଏକ କାରକୁ ଧକ୍କା ଦେଇଥିଲା । ଆଉ ସ୍କୁଟିରେ ବସିଥିବା ଦୁଇ ମହିଳା ଓ ଶିଶୁ ଓଲଟି ତଳେ ପଡ଼ିଥିଲେ । ଦୁଇ ମହିଳା ଓ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି ।