କୁକୁଡା ଫାର୍ମ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । କୋରାପୁଟ ତେନ୍ତୁଳିପଦରର ଶାନ୍ତିମଣିଙ୍କ କୁକୁଡ଼ା ଫାର୍ମକୁ ନେଇ ଚର୍ଚ୍ଚା, ଫାର୍ମରେ ୮ ଶହ କୁକୁଡ଼ା ରଖି ଆଗକୁ ବଢ଼ାଉଛନ୍ତି ବେପାର ।

220

କନକ ବ୍ୟୁରୋ : ନିଜର ଦୃଢ ଇଚ୍ଛାଶକ୍ତିଏବଂ ଆତ୍ମବିଶ୍ୱାସ ଯୋଗୁଁ ବ୍ରଏଲର ଚାଷ କରି ସ୍ୱାବଲମ୍ବୀ ହୋଇ ଆଜି ସମାଜର ଜଣେ ସଫଳ ମହିଳା ଭାବେ ଛିଡ଼ା ହୋଇଛନ୍ତି ଶାନ୍ତିମଣି ସିରିକା ଆଉ ଅନ୍ୟ ମହିଳା ମାନଙ୍କ ପାଇଁ ମଧ୍ୟ ଉଦାହରଣ ପାଲଟିଛନ୍ତି ।

ଶାନ୍ତିମଣିଙ୍କ କୁକୁଡ଼ା ଫାର୍ମ । କୋରାପୁଟ ଜିଲ୍ଲାର ନାରାୟଣ ପାଟଣା ବ୍ଲକ ତେନ୍ତୁଳିପଦର ଗ୍ରାମର ଶାନ୍ତିମଣି ସିରିକା ନିଜେ କୁକୁଡା ଫାର୍ମ କରି ସ୍ୱାବଲମ୍ବୀ ହୋଇଛନ୍ତି । ଏବେ ତାଙ୍କ ଫାର୍ମରେ ପ୍ରାୟ ୮ ଶହ କୁକୁଡ଼ା ରହିଛନ୍ତି । ପ୍ରାଣୀ ସମ୍ପଦ ବିଭାଗ ଆନୁକୁଲ୍ୟରେ ଡିପଲିଟର ପ୍ରଣାଳୀରେ ବ୍ରଏଲର କୁକୁଡ଼ା ଚାଷ ନିମନ୍ତେ ୧ ଲକ୍ଷ ୭୭ ହଜାର ଟଙ୍କା ରୁଣ ଆଣିଥିଲେ । ସେଥିମଧ୍ୟରୁ ସରକାରଙ୍କ ତରଫରୁ ୭୧ ହଜାର ଟଙ୍କା ରିହାତି ମିଳିଥିଲା । ଏହି ଅର୍ଥରେ କୁକୁଡ଼ା ଫାର୍ମ ଆରମ୍ଭ କରି ଆଗକୁ ବଢିଛନ୍ତି ଶାନ୍ତିମଣି ।

ପ୍ରଥମେ ଶାନ୍ତିମଣି ୫୦୦ କୁକୁଡ଼ା ଚିଆଁ ଆଣିଥିଲେ ଫାର୍ମକୁ । ୪୦ରୁ ୪୫ ଦିନ ଭିତରେ ଏହି କୁକୁଡ଼ା ମାନେ ବଢ଼ିବା ପରେ ସେ ସବୁକୁ ବିକି ପ୍ରାୟ ୩୦ ହଜାର ଟଙ୍କା ଲାଭ ପାଇଥିଲେ । ଆଉ ସେହି ଲାଭ ଅର୍ଥରେ ସେ ଏବେ ୮ ଶହ କୁକୁଡ଼ା ଆଣି ପାଳନ କରୁଛନ୍ତି । ତେନ୍ତୁଳିପଦର ଉପାନ୍ତ ଅଂଚଳରେ ଏକ ମାତ୍ର କୁକୁଡ଼ା ଫାର୍ମ ହୋଇଥିବା ହେତୁ ଚାହିଦା ବି ଭଲ ରହିଛି ।