ସମଲିଙ୍ଗୀ ପ୍ରେମକୁ ସ୍ୱୀକୃତି ମିଳିବା ପରେ ନବନିବାହିତ ହୋଇ ଘରକୁ ଆସିଥିବା ପତ୍ନୀ କଲେ କିଛି ଏଭଳି ଯାହାକୁ ଦେଖି ଚମକି ପଡିଲେ ଶାଶୂଘର ଲୋକ । ଅସଲ କଥା ହେଉଛି କାନପୁରର କୋତବାଲୀରେ ରହୁଥିବା ଫ୍ୟାକ୍ଟ୍ରୀ କର୍ମଚାରୀଙ୍କ ବିବାହ ପାଞ୍ଚମାସ ପୂର୍ବରୁ ହୋଇଥିôଲା । ବିବାହ ପରେ ପଡୋଶୀ ଘରର ମାଉସୀଙ୍କ ସହ ବୋହୂର ଗଭୀର ସମ୍ବନ୍ଧ ହୋଇଯାଇଥିଲା । ତେବେ ସ୍ୱାମୀଙ୍କ କହିବାନୁସାରେ ମାଉସୀଙ୍କ ଝିଅ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଖୁବ ୍ ଗଭୀର ସମ୍ବନ୍ଧ ଥିଲା । ସ୍ୱାମୀ ଘରେ ନଥିବା ବେଳେ ଦୁହେଁ ଅଧିକ ସମୟ ବନ୍ଦ ଘରେ ବିତାଉଥିଲେ । କିନ୍ତୁ ସେ କେବେ ଦୁହିଁଙ୍କ ଭିତରେ ସମଲିଙ୍ଗୀ ସଂପର୍କ ଥିବ ବୋଲି ଭାବିନଥିଲେ । ତେବେ ଦୁହିଁଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବା ପରେ ଘରଲୋକ ସ୍ୱାମୀଙ୍କୁ ଏନେଇ ଖବର ଦେଇଥିଲେ ।
ତେବେ ନିକଟରେ ଦୁହେଁ ସାର୍ବଜନିକ ଶୌଚାଳୟ ଭିତରେ ଅଶ୍ଲୀଳ ଆଚରଣ କରୁଥିବା ନେଇ ଧରା ପଡିବା ପରେ ଏହି କଥା ଗାଁ ସାରା ପ୍ରଚାର ହୋଇଗଲା । ତେବେ ଦୁହିଁଙ୍କୁ ଏନେଇ ପଚରାଯିବାରୁ ଦୁହେଁ ସମଲିଙ୍ଗୀ ହେବା ନେଇ ସ୍ୱୀକାର କରିଥିଲେ । ଦୁହିଁଙ୍କୁ ସମାଜର ଡର ମଧ୍ୟ ଦିଆଗଲା କିନ୍ତୁ ଦୁହେଁ ଦୁହିଁଙ୍କୁ ଛାଡି ରହିପାରିବେ ନାହିଁ ବୋଲି କହିଥିଲେ ଏବଂ ଏନେଇ ସରକାର ନିଜେ ସେମାନଙ୍କୁ ସ୍ୱାଧୀନତା ଦେଇଥିôବା କଥା କହିଥିବା ବେଳେ ଅଧିକ ପ୍ରେସର ପକାଇଲେ ଦୁହେଁ ଜୀବନ ଦେବା କଥା କହି ଘରଲୋକଙ୍କ ନାଁରେ ସୁଇସାଇଡ୍ ନୋଟ୍ ଲେଖିବା କଥା କହି ଧମକ ଦେଇଥିଲେ । ଏହାପରେ ସମ୍ପୁର୍ଣ୍ଣ ପରିବାର ଚିନ୍ତାଗ୍ରସ୍ଥ ହୋଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/4c0a8875df9e3ce331be32024bcc2413-750x530.jpg)
/kanak/media/post_attachments/wp-content/uploads/2018/09/preview-300x300.jpg)