ଭଦ୍ରକ ପୁରୁଣା ବଜାର ଶେଖ୍ ସାହିରେ ଅଗ୍ନିକାଣ୍ଡ ! ଘରେ ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ

Advertisment
ଗୁଜବ ଶୁଣିଲେ, ଭୟଙ୍କର କାଣ୍ଡ ଭିଆଇଲେ । ଏନଆରସି ତଥ୍ୟ ସଂଗ୍ରହ ସନ୍ଦେହରେ ଯୁବତୀଙ୍କ ଘର ଜାଳିଦେଲେ ଉତ୍ୟକ୍ତ ଲୋକେ ।

କନକ ବ୍ୟୁରୋ: ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅନ୍ତର୍ଗତ ପଦନପଡ଼ା ଶେଖ୍‌ ବଜାର ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଜୀବନ୍ତ ଦଗ୍‌ଧ ହୋଇଯାଇଥିିବା ମହିଳାଙ୍କ ନାମ ତୁଲସାନା। ଅଗ୍ନିକାଣ୍ଡ କେମିତି ଘଟିଲା, ସେତେବେଳେ ମହିଳା ଜଣକ କଣ କରୁଥିଲେ, ତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ହୋଇଥିଲା କିମ୍ବା ନାହିଁ ସେ ସମ୍ପର୍କରେ ବିଶେଷ କିଛି ଜଣାପଡ଼ି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ମହିଳାଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ। ସେ ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ସହିତ ଘରେ ମଶାରୀ ଟାଣି ଶୋଇଥିଲେ। ତେବେ ବିଦ୍ୟୁତ ସର୍ଟ ସର୍କିଟ, ବଜ୍ରପାତ କିମ୍ବା ଚୁଲିରୁ ନିଆଁ ଲାଗି ଘର ପୋଡ଼ିଛି ଓ ଏଥିରେ ମହିଳା ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ତାହା ସ୍ପଷ୍ଟ ହୋଇ ପାରି ନାହିଁ। ନିଆଁ ଲାଗିବା ପରେ ତୁଲସାନାଙ୍କ ସ୍ୱାମୀ ଓ ପରିବାରର ଅନ୍ୟ ଲୋକେ ପଦକୁ ବାହରି ଆସିଥିଲେ। ତେବେ ତୁଲସାନା ନ ଆସିବାରୁ ତାଙ୍କୁ ସ୍ୱାମୀ ଯାଇ ପଦାକୁ ଆଣିଥିଲେ। ମାତ୍ର ସେତେବେଳକୁ ତୁଲସାନାଙ୍କର ମୃତ୍ୟୁ ଘଟିସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe