କନକ ବ୍ୟୁରୋ: ଗ୍ୟାସ ପାଇଁ ସ୍ତ୍ରୀକୁ ହତ୍ୟା । ଆସ୍କା ଧରାକୋଟ ବ୍ଲକ ରୁଗୁମୁ ଗ୍ରାମରୁ ଆସିଛି ଏଭଳି ଚାଂଚଲ୍ୟକର ଘଟଣା । ସୂଚନା ଅନୁସାରେ, ଘରେ ରୋଷେଇ ପାଇଁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ ପ୍ରବଳ ଝଗଡ଼ା ହୋଇଥିଲା । କାଠ ଚୁଲାରେ ରୋଷେଇ କରିବାକୁ ସ୍ୱାମୀ କହିଥିଲେ । କିନ୍ତୁ ସ୍ତ୍ରୀ ଗ୍ୟାସରେ ରୋଷେଇ କରିବାରୁ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଆଉ ପରେ ଝଗଡ଼ା ଉଗ୍ର ରୂପ ନେଇଥିଲା ଏବଂ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ୱାମୀ । ମୃତ ସ୍ତ୍ରୀ ଜଣକ ହେଉଛନ୍ତି ଲିଲି ସ୍ୱାଇଁ । ସ୍ୱାମୀ ମିଥୁନ ସ୍ୱାଇଁକୁ ପୁଲିସ ଗିରଫ କରିଛି । ସେପଟେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।