ନୂଆପଡା: ଦୁଆଝର ଗାଁରେ ଅଭାବନୀୟ ଘଟଣା, ବୋହୂର କୋଦାଳ ଚୋଟରେ ଶାଶୂ ମୃତ

37

କନକ ବ୍ୟୁରୋ: ଶାଶୂକୁ ମାରିଲା ବୋହୂ । ନୂଆପଡା ଖରିଆର ଥାନା ଦୁଆଝର ଗାଁରେ ଘରୋଇ କଳହକୁ ନେଇ ଶାଶୂକୁ ବୋହୂ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସାମାନ୍ୟ କଳହକୁ ନେଇ ବୋହୂ ଉତକ୍ଷିପ୍ତ ହୋଇ କୋଦାଳରେ ଶାଶୂକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୁଲିସ ବୋହୂକୁ ଅଟକ ରଖିଛି ।

ସୂଚନା ମୁତାବକ, ପ୍ରାୟ ୩ /୪ ବର୍ଷ ତଳେ ଦୁଆଘର ଗ୍ରାମର ଦାଶରଥୀ ମେହେର ମିଲି ମଲ୍ଲିକଙ୍କୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଏକ ଦୁଇ ବର୍ଷର ପୁଅ ଅଛି । ତେବେ ଅଧିକାଂଶ ସମୟରେ ଦାଶରଥୀ ଘରଠାରୁ ଦୂରରେ ରହୁଥିବାରୁ ବୋହୂ ମିଲି ଓ ଶାଶୁ ଗୁଣମତି ମେହେରଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ ।

ଗତକାଲି ରାତିରେ ମଧ୍ୟ ଦାଶରଥୀଙ୍କ ଅନୁପସ୍ଥିତିରେ ସେହିପରି ଝଗଡ଼ାଲାଗି ରହିବାରୁ ଉତ୍ତ୍ୟକ୍ତ ବୋହୂ ମିଲି ଘରେ ଥିବା ଏକ କୋଦାଳରେ ଶାଶୁ ଗୁଣମତିଙ୍କୁ ମୁଣ୍ଡକୁ ଆଘାତ କରିଥିଲେ । ଫଳରେ ଘଟଣାସ୍ଥଳରେ ଗୁଣମତିଙ୍କର ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡ ପରେ ମିଲି ଆସି ଥାନାରେ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେବା ସହିତ ଆତ୍ମ ସମର୍ପଣ କରିଛନ୍ତି ବୋଲି ପୁଲିସ କହିଛି ।