କନକ ବ୍ୟୁରୋ : ଆଜି ବଡ଼ିଭୋର ୪ଟା ସମୟରେ ଧଉଳିମୁହଁ ପଞ୍ଚାୟତ ଅଧୀନସ୍ଥ ରାମଚଣ୍ଡୀ ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତ ମହିଳାଜଣକ ହେଲେ ରାମଚଣ୍ଡୀ ତଳସାହିର ମଞ୍ଜୁଲତା ବେହେରା । ମଞ୍ଜୁଲତା ପୋଖରୀକୁ ଗାଧୋଇ ଯାଉଥିବା ସମୟରେ ଏଭଳି ଘଟଣା ଘଟିଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଏହାଛଡ଼ା ଏହି ଘଟଣାରେ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଖୋର୍ଦ୍ଧା ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଫରେଷ୍ଟର ସିଧୁ ସିଂହ ସୂଚନା ଦେଇଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Follow Us