ଖୋର୍ଦ୍ଧା ଦୁର୍ଗାପୁରରେ ହାତୀ ଆକ୍ରମଣରେ ଜଣେ ମୃତ । ୩ ଗୁରୁତରଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

39

କନକ ବ୍ୟୁରୋ : ଆଜି ବଡ଼ିଭୋର  ୪ଟା ସମୟରେ  ଧଉଳିମୁହଁ ପଞ୍ଚାୟତ ଅଧୀନସ୍ଥ ରାମଚଣ୍ଡୀ  ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତ  ମହିଳାଜଣକ ହେଲେ ରାମଚଣ୍ଡୀ ତଳସାହିର ମଞ୍ଜୁଲତା  ବେହେରା । ମଞ୍ଜୁଲତା ପୋଖରୀକୁ ଗାଧୋଇ ଯାଉଥିବା ସମୟରେ ଏଭଳି  ଘଟଣା  ଘଟିଥିବା  ଗ୍ରାମବାସୀଙ୍କ ପକ୍ଷରୁ  ସୂଚନା  ଦିଆଯାଇଛି ।ଏହାଛଡ଼ା ଏହି ଘଟଣାରେ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଖୋର୍ଦ୍ଧା ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଫରେଷ୍ଟର ସିଧୁ  ସିଂହ ସୂଚନା ଦେଇଛନ୍ତି ।

Comments are closed.