ଦୁଇ ହଜାର ଟଙ୍କିଆ ନୋଟ୍ ପାଇଁ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁଲେ ଯୁବତୀ, ତା’ପରେ...

ଦୁଇ ହଜାର ଟଙ୍କିଆ ନୋଟ୍ ପାଇଁ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁଲେ ଯୁବତୀ, ତା’ପରେ...

source : NDTV.com

ଦୁଇ ହଜାର ଟଙ୍କିଆ ନୋଟ୍ ଉଠାଇବା ପାଇଁ ଜଣେ ୨୬ ବର୍ଷୀୟ ଯୁବତୀ ମଙ୍ଗଳବାର ସକାଳେ ଦ୍ୱାରକା ମୋଡ ମେଟ୍ରୋ ଷ୍ଟେସନରେ ରେଳ ଧାରଣା ଉପରକୁ କୁଦା ମାରିଲେ, ଟ୍ରେନ୍ ତାଙ୍କ ଉପର ଦେଇ ମାଡ଼ିଗଲା, ମାତ୍ର ସେ ଅଳ୍ପକେ ବର୍ତ୍ତିଗଲେ।

ରେଳବାଇ ଅଧିକାରୀମାନେ କହନ୍ତି ଯୁବତୀ ଜଣକ ସ୍ଥିର ହୋଇ ଦୁଇ ଟ୍ରାକ୍ ମଝିରେ ଶୋଇ ରହିଥିବା ବେଳେ ତାଙ୍କ ଉପର ଦେଇ ଦୁଇଟି ବଗି ଅତିକ୍ରମ କରିଗଲା। ପରେ ପରେ ଟ୍ରେନ୍ ଅଟକି ଯିବାରୁ ମହିଳାଜଣକ ନିରାପଦରେ ବାହାରି ଆସିଥିଲେ। ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ) ତାଙ୍କୁ ଅଳ୍ପ ସମୟ ପାଇଁ ଅଟକ ରଖିଥିଲେ। ସେ ଲିଖିତ କ୍ଷମାଯାଚନା କରିବା ପରେ ତାଙ୍କୁ ଛାଡ଼ି ଦିଆଯାଇଛି।

ସିଆଇଏସଏଫ୍ ଅଧିକାରୀମାନଙ୍କ କହିବା ଅନୁସାରେ, ପୂର୍ବାହ୍ନ ପ୍ରାୟ ୧୦:୩୦ ମିନିଟରେ ଘଟଣାଟି ଘଟିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଚେତନା ଶର୍ମା ନାମ୍ନା ଯାତ୍ରୀଜଣଙ୍କ ୨୦୦୦ ହଜାର ଟଙ୍କିଆ ନୋଟ୍ ଟ୍ରାକରେ ପଡିଯାଇଥିଲା ଏବଂ ସେ ଉଠାଇବା ପାଇଁ ଟ୍ରାକ ଉପରକୁ ଡେଇଁ ପଡିଥିଲେ । ମେଟ୍ରୋ ଟ୍ରେନ୍ ମାଡ଼ି ଆସୁଥିବା ଦେଖି ସେ ଜୀବନ ବଞ୍ଚାଇବା ଲାଗି ଦୁଇ ଟ୍ରାକ୍ ମଝିରେ ଶୋଇ ପଡ଼ିଥିଲେ। ଲୋକେ ଚିତ୍କାର କରିବାରୁ ଡ୍ରାଇଭର୍ ଟ୍ରେନ୍ ଅଟକାଇଥିଲେ। ସିଆଇଏସଏଫ୍ ସିଫ୍ଟ ଇନ୍-ଚାର୍ଜ ଏବଂ ଷ୍ଟେସନ୍ କଣ୍ଟ୍ରୋଲର୍ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ। ଲିଖିତ କ୍ଷମାଯାଚନା ଦେବା ପରେ ଯୁବତୀଙ୍କୁ ତାଙ୍କ ଭାଇଙ୍କ ସାଥିରେ ଯିବାକୁ ଅନୁମତି ମିଳିଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe