ମହିଳା IASଙ୍କର ମଣ୍ଡଳ କାରାଗାରରେ ଅତର୍କିତ ଚଢଉ । ସାହାସକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ।

1,161

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଏବେ ଚର୍ଚ୍ଚାରେ । ଅଚାନକ ମଣ୍ଡଳକାରାଗାରରେ ଚଢଉ କରିଥିଲେ ଆଇଏଏସ୍ ଦୁର୍ଗାଶକ୍ତି ନାଗପାଲ । ସେଠାରେ ଜେଲରେ ଥିବା କୁଖ୍ୟାତ ମାଫିଆ ମୁଖତାର ଅନସାରୀର ସେଲ ଭିତରକୁ ଯାଇ ନିଜେ ତଲାସି କରିଥିଲେ । ଆଉ ଗୋଟିଏ କୋଣରେ ଜାକିଜୁକି ହୋଇ ଛିଡା ହୋଇଥିଲା ଅନସାରୀ ।

ଆଇଏଏସ୍ ଦୁର୍ଗାଶକ୍ତିଙ୍କ ଏଭଳି ସାହାସକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି । ଚଢଉ ବେଳେ ତାଙ୍କ ସହ ଥିଲେ ଜିଲ୍ଲା ଏସପି । ତାଙ୍କ ଏଭଳି ଅଚାନକ ଚଢଉରେ ଜେଲରେ ହଇଚଇ ସୃଷ୍ଟି ହୋଇଥିଲା । ଦୁର୍ଗାଶକ୍ତି ୨୦୧୦ ବ୍ୟାଚର ଆଇଏଏସ୍ । ବର୍ତ୍ତମାନ ସେ ବାନ୍ଦା ଜିଲ୍ଲାର ଜିଲ୍ଲାଧିକାରୀ ଭାବେ କାର୍ଯ୍ୟରତ । ଏହା ପୂର୍ବରୁ ସେ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗରେ ସଚିବ ଥିଲେ ।