କନକ ବ୍ୟୁରୋ : ସ୍ତ୍ରୀର ଲୁହା ରଡ଼ ମାଡ଼ରେ ସ୍ୱାମୀ ମୃତ । ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ଶୁଖାମହାଦେବ ମନ୍ଦିରପଡ଼ା ଠାରେ ପାରିବାରିକ କଳହରୁ ସ୍ତ୍ରୀର ମାଡ଼ରେ ସ୍ୱାମୀର ମୃତ୍ୟୁ ହୋଇଛି । ସ୍ୱାମୀ ଏକ ବେସରକାରୀ କମ୍ପାନୀରେ କାମ କରୁଥିବା ବେଳେ କରୋନା କାରଣରୁ ଗାଁରେ ଆସି ରହୁଥିଲେ ।
ଅନେକ ସମୟରେ ମଦ ପିଇ ଆସି ସ୍ତ୍ରୀ ସହ ଝଗଡ଼ା କରୁଥିଲେ ସ୍ୱାମୀ । ଗତକାଲି ସ୍ତ୍ରୀର ଦୁଇଟି ଫୋନ ଛଡ଼ାଇନେଇଥିଲେ ସ୍ୱାମୀ । ଏହା ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ତ୍ରୀ ଉତ୍ୟକ୍ତ ହୋଇ ଏକ ଲୁହା ରଡ଼ରେ ପ୍ରକାଶର ମୁଣ୍ଡକୁ ଜୋରରେ ପିଟିଦେଇଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ସ୍ତ୍ରୀକୁ ପଚରା ଉଚରା କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/23-4.jpg)