ପିକନିକ ଯାଇ ସେଲ୍ଫି ନେବା ହେଲା କାଳ: ବୌଦ୍ଧର କୁମ୍ଭୀଝର ଜଳପ୍ରପାତରେ ସେଲ୍ଫି ଉଠାଇବା ବେଳେ ଜଳପ୍ରପାତରେ ଖସିପଡି ନାବାଳକ ମୃତ

ସେପଟେ ସୁନ୍ଦରଗଡର କାନାକୁଣ୍ଡରେ ସେଲଫି ନେବା ବେଳେ ଇବ ନଦୀରେ ଭାସିଯାଇ ଯୁବତୀ ନିଖୋଜ

138

କନକ ବ୍ୟୁରୋ: ନାବାଳକ ଉପରେ ପୁଲିସ ନିର୍ଯାତନାର ସାଂଘାତିକ ଅଭିଯୋଗ । ରାଉରକେଲା ଉଦିତନଗର ଥାନା ପୁଲିସ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ମୋବାଇଲ ଚୋରି ମାମଲାରେ ଜଣେ ୧୪ ବର୍ଷର ନାବାଳକକୁ ଘରୁ ଉଠାଇ ଆଣି ଥାନାରେ ୨୪ ଘଂଟାରୁ ଅଧିକ ସମୟ ଅଟକ ରଖିବା, ପଚରା ଉଚରା କରିବା ସମୟରେ ମାଡ ମାରିବା, ଏପରିକି ବିଦ୍ୟୁତ ଝଟକା ଦିଆଯାଇଥିବା ଅଭିଯୋଗ ହୋଇଛି । ରାଉରକେଲା ଟିମ୍ବର କଲୋନୀ ଅଂଚଳର ଜଣେ ବୃଦ୍ଧା ଓ ତାଙ୍କ ନାତି ପୁଲିସ ବିରୋଧରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆଗରେ ଏହି ଅଭିଯୋଗ କରିଛନ୍ତି । ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ ଆଧାରରେ ଚାଇଲଡ ଲାଇନ ପକ୍ଷରୁ ସଂପୃକ୍ତ ନାବାଳକର କାଉନସେଲିଂ ଓ ବୟାନ ରେକର୍ଜ କରାଯାଇଥିବା ସୂଚନା ମିଳିଛି ।

ସେଲ୍ଫି ନେଇଗଲା ଜୀବନ । ସେଲ୍ଫି ଫଟୋ ଉଠାଇବା ବେଳେ ଜଳପ୍ରପାତରୁ ଖସିପଡି ନାବାଳକ ମୃତ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କୁମ୍ଭୀଝର ଜଳପ୍ରପାତର ବଣଭୋଜି ସମୟରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଂଚଳର ଜ୍ୟୋତିସ୍ମାନ ନାଏକ । ସୂଚନା ଅନୁସାରେ ଗତକାଲି ଜ୍ୟୋତିସ୍ମାନ ଝରଣା ସ୍ରୋତରୁ ସେଲ୍ଫି ଉଠାଇଥିବା ବେଳେ ଗୋଡ ଖସି ଯାଇଥିଲା । ପାଣିସ୍ରୋତରେ ଖସି ଝରଣା ତଳେ ପଡିଯାଇ ସେ ଗୁରୁତର ଆହତ ହୋଇଥିଲେ । ଖବର ପାଇ କନ୍ଧମାଳ ଜିଲ୍ଲା ଖଜୁରିପଡା ଅଗ୍ନିଶମ ବାହିନୀ ନାବାଳକଙ୍କୁ ଉଦ୍ଧାର କରି ଅଡେଣିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।