ବିମାନରେ ଜନ୍ମ ନେଲା ଶିଶୁପୁତ୍ର । ସାରା ଜୀବନ ଟିକେଟ୍ ଫ୍ରୀ କରିଦେଲା ଇଣ୍ଡିଗୋ । ଜାଣନ୍ତୁ, କିଏ ସେହି ଭାଗ୍ୟବାନ ପିଲା?

567

କନକ ବ୍ୟୁରୋ : ସମୟ ସନ୍ଧ୍ୟା ୬ଟା ୧୦ ମିନିଟ୍ । ଆକାଶ ଉପରେ ଆଗେଇ ଚାଲିଥିଲା ଦିଲ୍ଲୀ-ବାଙ୍ଗାଲୋର ଇଣ୍ଡିଗୋ ଫ୍ଲାଇଟ । ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ବିମାନର ଯାତ୍ରୀ ଅନେଇ ବସିଥାନ୍ତି । ଆଉ ଠିକ ଏତିକି ବେଳେ ଶୁଭିଥିଲା କୁଆଁ କୁଆଁ । ବିମାନ ଭିତରେ ଜନ୍ମ ନେଇଥିଲା ଶିଶୁପୁତ୍ର । ବିମାନ ଯାତ୍ରା କରୁଥିବା ଜଣେ ମହିଳା ପୁତ୍ର ସନ୍ତାନ ଜନ୍ମଦେବା ପରେ ଆକାଶର ଆଶିର୍ବାଦ ଭାବି ନୂଆ ଅତିଥିଙ୍କୁ ସ୍ୱାଗତ କରିବା ସହ ମହିଳାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଯାତ୍ରୀ ।

ସବୁଠାରୁ ବଡ କଥା ହେଉଛି ଦିଲ୍ଲୀରୁ ବାଙ୍ଗାଲୋରକୁ ଉଡାଣ ଭରିଥିବା ଫ୍ଲାଇଟ ନମ୍ବର ୬ଇ ୧୨୨ରେ ଜନ୍ମ ନେଇଥିବା ନୂଆ ଅତିଥିକୁ ସାରା ଜୀବନ ବିମାନ ଟିକେଟ ମାଗଣା ଦେବାକୁ ଇଣ୍ଡିଗୋ ଘୋଷଣା କରିଛି । ବିମାନରେ ଜନ୍ମ ନେଇଥିବାରୁ ଶିଶୁପୁତ୍ର ଲାଇଫ ଟାଇମ ବିନା ଟିକେଟରେ ଇଣ୍ଡିଗୋରେ ଯେଉଁଠି ବି ଚାହିଁବେ ଯାଇପାରିବେ ଆଉ ବିମାନ ଯାତ୍ରାର ମଜା ନେଇପାରିବେ । ଆକାଶରେ ନୂଆ ଜୀବନ ପାଇଥିବା ଶିଶୁ ପାଇଁ ଏଭଳି ଏକ ଘୋଷଣା କରି ଚର୍ଚ୍ଚାକୁ ଆସିଛି ଇଣ୍ଡିଗୋ ।

ତେବେ ବିମାନ ଉଡାଣ ପରେ ଅଧା ରାସ୍ତାରେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ଆଉ ସନ୍ଧ୍ୟା ୬ଟା ୧୦ରେ ପିଲା ଜନ୍ମ ହେବା ପରେ ୭ଟା ୪୦ରେ ବିମାନ ବେଙ୍ଗାଲୋରରେ ପହଞ୍ଚିଥିଲା । ପିଲା ଜନ୍ମ ସମୟରେ ବିମାନର ସମସ୍ତ କର୍ମଚାରୀ ତାଙ୍କୁ ସହଯୋଗ କରିଥିଲେ । ଆଉ ମାଆ ଛୁଆ ଦୁଇଜଣ ଯାକ ସୁସ୍ଥ ଥିବା ଜଣାପଡିଛି । ତେବେ ବ୍ୟାଙ୍ଗଲୋରରେ ପହଞ୍ଚିବା ପରେ ଉଭୟ ମାଆପୁଅଙ୍କୁ ସ୍ୱାଗତ କରାଯାଇଥିଲା ।

Comments are closed.