କନକ ବ୍ୟୁରୋ : ସମୟ ସନ୍ଧ୍ୟା ୬ଟା ୧୦ ମିନିଟ୍ । ଆକାଶ ଉପରେ ଆଗେଇ ଚାଲିଥିଲା ଦିଲ୍ଲୀ-ବାଙ୍ଗାଲୋର ଇଣ୍ଡିଗୋ ଫ୍ଲାଇଟ । ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ବିମାନର ଯାତ୍ରୀ ଅନେଇ ବସିଥାନ୍ତି । ଆଉ ଠିକ ଏତିକି ବେଳେ ଶୁଭିଥିଲା କୁଆଁ କୁଆଁ । ବିମାନ ଭିତରେ ଜନ୍ମ ନେଇଥିଲା ଶିଶୁପୁତ୍ର । ବିମାନ ଯାତ୍ରା କରୁଥିବା ଜଣେ ମହିଳା ପୁତ୍ର ସନ୍ତାନ ଜନ୍ମଦେବା ପରେ ଆକାଶର ଆଶିର୍ବାଦ ଭାବି ନୂଆ ଅତିଥିଙ୍କୁ ସ୍ୱାଗତ କରିବା ସହ ମହିଳାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଯାତ୍ରୀ ।
ସବୁଠାରୁ ବଡ କଥା ହେଉଛି ଦିଲ୍ଲୀରୁ ବାଙ୍ଗାଲୋରକୁ ଉଡାଣ ଭରିଥିବା ଫ୍ଲାଇଟ ନମ୍ବର ୬ଇ ୧୨୨ରେ ଜନ୍ମ ନେଇଥିବା ନୂଆ ଅତିଥିକୁ ସାରା ଜୀବନ ବିମାନ ଟିକେଟ ମାଗଣା ଦେବାକୁ ଇଣ୍ଡିଗୋ ଘୋଷଣା କରିଛି । ବିମାନରେ ଜନ୍ମ ନେଇଥିବାରୁ ଶିଶୁପୁତ୍ର ଲାଇଫ ଟାଇମ ବିନା ଟିକେଟରେ ଇଣ୍ଡିଗୋରେ ଯେଉଁଠି ବି ଚାହିଁବେ ଯାଇପାରିବେ ଆଉ ବିମାନ ଯାତ୍ରାର ମଜା ନେଇପାରିବେ । ଆକାଶରେ ନୂଆ ଜୀବନ ପାଇଥିବା ଶିଶୁ ପାଇଁ ଏଭଳି ଏକ ଘୋଷଣା କରି ଚର୍ଚ୍ଚାକୁ ଆସିଛି ଇଣ୍ଡିଗୋ ।/kanak/media/post_attachments/wp-content/uploads/2020/10/38-5-300x169.jpg)
ତେବେ ବିମାନ ଉଡାଣ ପରେ ଅଧା ରାସ୍ତାରେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ଆଉ ସନ୍ଧ୍ୟା ୬ଟା ୧୦ରେ ପିଲା ଜନ୍ମ ହେବା ପରେ ୭ଟା ୪୦ରେ ବିମାନ ବେଙ୍ଗାଲୋରରେ ପହଞ୍ଚିଥିଲା । ପିଲା ଜନ୍ମ ସମୟରେ ବିମାନର ସମସ୍ତ କର୍ମଚାରୀ ତାଙ୍କୁ ସହଯୋଗ କରିଥିଲେ । ଆଉ ମାଆ ଛୁଆ ଦୁଇଜଣ ଯାକ ସୁସ୍ଥ ଥିବା ଜଣାପଡିଛି । ତେବେ ବ୍ୟାଙ୍ଗଲୋରରେ ପହଞ୍ଚିବା ପରେ ଉଭୟ ମାଆପୁଅଙ୍କୁ ସ୍ୱାଗତ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/39-8.jpg)