ପରମ୍ପରାକୁ ପାଳନ କରିବାକୁ ଯାଇ ହନ୍ତସନ୍ତ ହେଲେ ମହିଳା ! ମନ୍ଦିରରେ ହସ୍ତୀ ମୂର୍ତ୍ତୀ ଭିତରେ ଅଟକିଗଲା ଶରୀର , ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ

Advertisment
ପରମ୍ପରାକୁ ପାଳନ କରିବାକୁ ଯାଇ ହନ୍ତସନ୍ତ ହେଲେ ମହିଳା ! ମନ୍ଦିରରେ ହସ୍ତୀ ମୂର୍ତ୍ତୀ ଭିତରେ ଅଟକିଗଲା ଶରୀର , ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ

ଗୁଜୁରାଟର ଏକ ମନ୍ଦିରରେ ହସ୍ତି ମୂର୍ତ୍ତୀ ଭିତରୁ ଘୋଷାଡି ଯିବା ପରମ୍ପରାକୁ ପାଳନ କରିବାକୁ ଯାଇ ଜଣେ ମହିଳାଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡିଛି । ବର୍ତ୍ତମାନ ଫେସବୁକରେ ଏଭଳି ଏକ ଭିଡିଓ ଘୁରିବୁଲୁଛି ଯେଉଁଥିରେ ମହିଳା ଜଣକ ମନ୍ଦିରର ପ୍ରସ୍ଥାନ ସ୍ଥାନରେ ଥିବା ହାତୀ ଭିତରୁ ଗଳି ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ମଝିରେ ଅଟକି ଯାଉଛନ୍ତି ଏବଂ ସେଠାରେ ଉପସ୍ଥିତ ଥିବା ଅନ୍ୟ ଭକ୍ତ ତାଙ୍କୁ ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି । ଭିତରୁ ଘୁଷୁଡି ଯାଉଥିବା ବେଳେ ମହିଳାଙ୍କ ଏଭଳି ଅବସ୍ଥା ହୋଇଥିଲା ଏବଂ ଦୁଇ ପଟରୁ ଅନ୍ୟ ଭକ୍ତମାନେ ତାଙ୍କୁ ବାହାରକୁ ବାହାର କରିବା ପାଇଁ ଚେଷ୍ଟା ଚଲାଉଛନ୍ତି ।

କିଛି ଭକ୍ତ ତାଙ୍କୁ ମୂର୍ତ୍ତୀରୁ ବାହାରକୁ ବାହାରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଦେଉଥିବା ବେଳେ ଅନ୍ୟ କିଛି ଲୋକ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି ଏବଂ ମୂର୍ତ୍ତୀର ଯେଭଳି ନ ଭାଙ୍ଗୁ ଏଥିପାଇଁ ମଧ୍ୟ ଚେଷ୍ଟା କରାଯାଉଥିବା ଭିଡିଓରେ ଦେଖାଯାଉଛି । ଶେଷରେ ମହିଳା ଜଣକ ସୁରକ୍ଷିତ ଭାବେ ମୂର୍ତ୍ତୀ ଭିତରୁ ବାହାରକୁ ବାହାରି ଆସି ଭକ୍ତମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe