କନକ ବ୍ୟୁରୋ: କଳାହାଣ୍ଡି ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ନୂଆ ମୋଡ ନେଇଛି । ପୋଲିସର ରାଜସାକ୍ଷୀ ପାଲଟିଥିବା ଡ୍ରାଇଭର ଲଳିତେନ୍ଦୁ ଶବର ହିଁ ମୁଖ୍ୟ ଖଳନାୟକ ବୋଲି କହିଛନ୍ତି ପୀଡିତା । ପୀଡିତା କହିଛନ୍ତି, ଗତ ୧୪ ତାରିଖ ଦିନ ଅସୁସ୍ଥତା ଯୋଗୁଁ ସେ ଭବାନୀପାଟଣା ଚିକିତ୍ସା ପାଇଁ ଯାଇଥିଲେ । ସେଠାରୁ ବସଷ୍ଟାଣ୍ଡକୁ ଆସିଥିଲେ । ଏହି ସମୟରେ ବସ ଡ୍ରାଇଭର ଲଳିତେନ୍ଦୁଙ୍କ ସହ ତାଙ୍କର ଦେଖା ହୋଇଥିଲା । ସେ ବାଇକରେ ତାଙ୍କୁ ଲିଫ୍ଟ ଦେଇଥିଲା ।
ଲଳିତେନ୍ଦୁ ତାଙ୍କୁ ବାଇକରେ ଜୁନାଗଡ ନେଇଥିଲେ । ବାଟରେ ଲଳିତେନ୍ଦୁଙ୍କ ଫୋନ ଆସିଥିଲା । ବନମାଳୀପୁର ଛକ ନିକଟରେ ସେ ବାଇକକୁ ଧିମା କରିବା ପରେ ୬ ଜଣ ଯୁବକ ଆସି ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ଉଠାଇନେଇଥିଲେ । ପରେ ଡ୍ରାଇଭର ଓ ୬ ଜଣ ଦୁଷ୍କର୍ମ କରି ଭିଡିଓ ତିଆରି କରିଥିଲେ । ଲଳିତେନ୍ଦୁ ଓ ଅନ୍ୟ ୬ ଦୁଷ୍କର୍ମକାରୀଙ୍କୁ ଫାଶୀ ନ ଦେଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ଲଳିତେନ୍ଦୁ ଦୁଷ୍କର୍ମ କରିଥିବା କଥା ପୀଡିତା ଏତଲାରେ ଦର୍ଶାଇନଥିଲେ । ତେଣୁ ତାଙ୍କୁ ରାଜସାକ୍ଷୀ କରାଯାଇଥିଲା ।
ତେବେ କିଛି ଦିନ ତଳେ ଏହି ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାରେ ପୁଣି ଆଲୋଡ଼ନ ସୃଷ୍ଟି ହୋଇଛି। ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି। ଡ୍ରାଇଭର ଯଦି ପ୍ରଥମ ଦୁଷ୍କର୍ମକାରୀ ତେବେ ଏତଲାରେ ପୀଡ଼ିତା କାହିଁକି ତାଙ୍କ ନାମ ଉଲ୍ଲେଖ କରିନଥିଲେ? ପୁଲିସକୁ ଓ କୋର୍ଟରେ ଦେଇଥିବା ବୟାନରେ ବି କାହିଁକି ଏ କଥା କହିନଥିଲେ? ଏ ସଂପର୍କରେ ଏସପିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ। ଆଜି ପୁଲିସ ପୁଣିଥରେ ଏହି ବାବଦରେ ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/JUNAGARD.jpg)
/kanak/media/post_attachments/wp-content/uploads/2019/09/Screen-Shot-2019-09-27-at-12.21.25-PM-300x226.png)
/kanak/media/post_attachments/wp-content/uploads/2019/09/SBPHO23-BPT-PHOTO-OF-RAPE-CASE-INQUIRY-AT-JUNAGARH_3-750x430-1-1-300x172.jpg)