ବୟୋଫ୍ଲକ ପଦ୍ଧତିରେ ମାଛଚାଷ କରୁଛନ୍ତି ବୌଦ୍ଧ ଜଗଦୀଶପୁରର ମହିଳା। ୬ଟି କୁଣ୍ଡରେ ରୁପ୍ ଚାନ୍ଦି ଓ ଜଳଙ୍ଗ ପ୍ରଜାତିର ମାଛ ଚାଷ କରି ଲାଭବାନ।

ବୟୋଫ୍ଲକ ପଦ୍ଧତିରେ ମାଛଚାଷ କରୁଛନ୍ତି ବୌଦ୍ଧ ଜଗଦୀଶପୁରର ମହିଳା। ୬ଟି କୁଣ୍ଡରେ ରୁପ୍ ଚାନ୍ଦି ଓ ଜଳଙ୍ଗ ପ୍ରଜାତିର ମାଛ ଚାଷ କରି ଲାଭବାନ।

କନକ ବ୍ୟୁରୋ: ମହିଳାଙ୍କୁ ରୋଜଗାର ଦେଉଛି ମାଛ ଚାଷ । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ଲାଭବାନ ହେଉଛନ୍ତି ମହିଳା । ବୌଦ୍ଧ ଜଗଦିଶପୁର ଗାଁର ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଏବେ ନିଜର ବ୍ୟବସାୟକୁ ନେଇ ବେଶ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପୋଖରୀ କରିବାକୁ ସୁବିଧା ନଥିବାରୁ ନିଜ ଘର ପଛପଟେ ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରିଛନ୍ତି । ୬ଟି କୁଣ୍ଡ କରି ତିଲାପିଆ, ରୁପ୍ ଚାନ୍ଦି ଓ ଜଳଙ୍ଗ ଭଳି ତିନୋଟି ପ୍ରଜାତିର ମାଛ ଚାଷ କରିଛନ୍ତି । ଘର କାମ ସାରି ମହିଳାମାନେ ଏକାଠି ହୋଇ ମାଛମାନଙ୍କର ଯତ୍ନ ନିଅନ୍ତି । ସେମାନଙ୍କୁ ଖାଦ୍ୟ ଓ ଔଷଧ ଦେବା ଭଳି କାମ କରନ୍ତି । କିଲୋ ପିଛା ୨୦୦ରୁ ୩୦୦ ଟଙ୍କାରେ ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି ।

ପ୍ରଥମେ ମହିଳାମାନେ ଏକାଠି ହୋଇ ଏସଏଚଜି ଗ୍ରୁପ୍ ଗଠନ କରିବା ପରେ କିଛି କିଛି ଟଙ୍କା ସଞ୍ଚୟ କରୁଥିଲେ । ଏହାପରେ ସଞ୍ଚୟ ଅର୍ଥରେ ଧୂପକାଠି, ଆଚାର ତିଆରି କରି ବ୍ୟବସାୟ କରୁଥିଲେ । କରୋନା କଟକଣା ପାଇଁ ଏହି ବ୍ୟବସାୟ ନଚାଲିବାରୁ ମାଛ ଚାଷ କରିବାକୁ ଉଦ୍ୟମ କରିଥିଲେ । ସରକାରୀ ସହାୟତାରେ ଚାଷ କରି ଏବେ ଏଥିରେ ସଫଳ ହୋଇଛନ୍ତି ମହିଳା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe