କନକ ବ୍ୟୁରୋ: ମହିଳାଙ୍କୁ ରୋଜଗାର ଦେଉଛି ମାଛ ଚାଷ । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ଲାଭବାନ ହେଉଛନ୍ତି ମହିଳା । ବୌଦ୍ଧ ଜଗଦିଶପୁର ଗାଁର ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଏବେ ନିଜର ବ୍ୟବସାୟକୁ ନେଇ ବେଶ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପୋଖରୀ କରିବାକୁ ସୁବିଧା ନଥିବାରୁ ନିଜ ଘର ପଛପଟେ ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରିଛନ୍ତି । ୬ଟି କୁଣ୍ଡ କରି ତିଲାପିଆ, ରୁପ୍ ଚାନ୍ଦି ଓ ଜଳଙ୍ଗ ଭଳି ତିନୋଟି ପ୍ରଜାତିର ମାଛ ଚାଷ କରିଛନ୍ତି । ଘର କାମ ସାରି ମହିଳାମାନେ ଏକାଠି ହୋଇ ମାଛମାନଙ୍କର ଯତ୍ନ ନିଅନ୍ତି । ସେମାନଙ୍କୁ ଖାଦ୍ୟ ଓ ଔଷଧ ଦେବା ଭଳି କାମ କରନ୍ତି । କିଲୋ ପିଛା ୨୦୦ରୁ ୩୦୦ ଟଙ୍କାରେ ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି ।
ପ୍ରଥମେ ମହିଳାମାନେ ଏକାଠି ହୋଇ ଏସଏଚଜି ଗ୍ରୁପ୍ ଗଠନ କରିବା ପରେ କିଛି କିଛି ଟଙ୍କା ସଞ୍ଚୟ କରୁଥିଲେ । ଏହାପରେ ସଞ୍ଚୟ ଅର୍ଥରେ ଧୂପକାଠି, ଆଚାର ତିଆରି କରି ବ୍ୟବସାୟ କରୁଥିଲେ । କରୋନା କଟକଣା ପାଇଁ ଏହି ବ୍ୟବସାୟ ନଚାଲିବାରୁ ମାଛ ଚାଷ କରିବାକୁ ଉଦ୍ୟମ କରିଥିଲେ । ସରକାରୀ ସହାୟତାରେ ଚାଷ କରି ଏବେ ଏଥିରେ ସଫଳ ହୋଇଛନ୍ତି ମହିଳା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/fisha.png)