ପାଣି କାଢିବା ବେଳେ କୂଅକୁ ଖସିପଡିଲେ ବୃଦ୍ଧା । ଉଦ୍ଧାର କଲେ ସ୍ଥାନୀୟ ଯୁବକ, ଗୁରୁତର ଅବସ୍ଥାରେ ବାଙ୍କୀ ଡାକ୍ତରଖାନାରେ ଭର୍ତି

ପାଣି କାଢ଼ୁଥିବା ବେଳେ କୂଅକୁ ଖସି ପଡ଼ିଲେ ୬୦ ବର୍ଷର ବୃଦ୍ଧା

238

କନକ ବ୍ୟୁରୋ: ପାଣି କାଢ଼ୁଥିବା ବେଳେ କୂଅକୁ ଖସି ପଡ଼ିଲେ ୬୦ ବର୍ଷର ବୃଦ୍ଧା । ୩୫ ଫୁଟର କୂଅ ଭିତରୁ ବୃଦ୍ଧାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ । ବାଙ୍କୀ ଥାନା ନିକଟରେ ଥିବା ନୂଆ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା ।
ଗାଁର ବୃଦ୍ଧା ଜଣଙ୍କ କୂଅରୁ ପାଣି କାଢ଼ୁଥିବା ବେଳେ ଭାରସାମ୍ୟ ହରାଇ କୂଅ ଭିତରକୁ ଖସି ପଡ଼ିଥିଲେ । କୂଅ ଭିତରୁ ବୃଦ୍ଧାଙ୍କୁ ଉଦ୍ଧାର କରିବା ଲାଗି ଗାଁ ଲୋକ ଦମକଳ ବାହିନୀକୁ ଖବର ଦେଇଥିଲେ । ହେଲେ ଦମକଳ ବାହିନୀ ପହଂଚିବା ବିଳମ୍ବ କରିବାରୁ ଗାଁର କିଛି ଯୁବକ କୂଅ ଭିତରେ ପସି ଦଉଡ଼ି ସାହାର୍ଯ୍ୟରେ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଂଚି ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ବାଙ୍କୀ ମେଡ଼ିକାଲରେ ଭର୍ତି କରିଛନ୍ତି ।