ପୁଅର ଶ୍ରାଦ୍ଧ ବାର୍ଷିକୀରେ ସବୁ ସମ୍ପତ୍ତି ଦାନ କରିଦେଲେ ମାଆ । ସ୍ୱାମୀଙ୍କ ପରେ ପୁଅକୁ ହରାଇ ଏକା ହୋଇପଡିଛନ୍ତି ସୋରର ସୁଷମା ପାଢୀ ।

ପୁଅର ଶ୍ରାଦ୍ଧ ବାର୍ଷିକୀରେ ସବୁ ସମ୍ପତ୍ତି ଦାନ କରିଦେଲେ ମାଆ । ସ୍ୱାମୀଙ୍କ ପରେ ପୁଅକୁ ହରାଇ ଏକା ହୋଇପଡିଛନ୍ତି ସୋରର ସୁଷମା ପାଢୀ ।

କନକ ବ୍ୟୁରୋ : ସ୍ୱାମୀର ମୃତ୍ୟୁ ପରେ ପୁଅକୁ ମଣିଷ କରିବାକୁ ଦୁନିଆ ସହ ଲଢୁଥିଲେ । ହେଲେ ଦୁର୍ଘଟଣାରେ ପୁଅର ମୃତ୍ୟୁ ପରେ ନିଜର ସମସ୍ତ ସଂପତିକୁ ଦାନ କରି ଦେଇଛନ୍ତି ଜଣେ ମାଆ । ପୁଅ ଦେଖିଥିବା ସମାଜ ସେବା ସ୍ୱପ୍ନ ପୂରଣ କରିବାକୁ ଯାଇ ମାଆ ସମସ୍ତ ସଂପତି ଏକ ସ୍ୱେଚ୍ଛାସେବୀ ସଂଗଠନକୁ ଦାନ କରିଦେଇଛନ୍ତି । ବାଲେଶ୍ୱର ସୋରରୁ ଆସିଥିବା ଏହି ଖବର ଏବେ ଚର୍ଚ୍ଚାରେ ରହିଛି ।

ତ୍ୟାଗ ଏବଂ ତପସ୍ୟାର ପ୍ରତୀକ ହେଉଛି ମା’ । ମା’ ଶବ୍ଦର ଅର୍ଥ ବ୍ୟାପକ । ଯିଏକି ନିଜ ପୁଅର ସ୍ୱପ୍ନ ସାକାର କରିବା ପାଇଁ ନିଜର ସମ୍ପତି ଏବଂ ଶରୀର ଦାନ କରିଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଅଇଁରି ଗାଁର ସୁଷମା ପାଢୀ । ଯିଏ ନିଜ ଭେଣ୍ଡିଆ ପୁଅକୁ ହରାଇଛନ୍ତି । ଯେଉଁ ବୟସରେ ପୁଅକୁ ବାହା କରି ନାତି ନାତୁଣୀଙ୍କ ସହିତ ଅବସର ସମୟ ବିତାଇବା କଥା ସେହି ସମୟରେ ପୁଅର ଫଟୋକୁ ଧରି କାନ୍ଦୁଛନ୍ତି ସୁଷମା । ଦୁଇ ବର୍ଷ ହେବ ପୁଅକୁ ହରାଇଛନ୍ତି ସୁଷମା । ଯଦିଓ ପାଖରେ ପୁଅ ନାହିଁ, କିନ୍ତୁ ସମାଜ ସେବାକୁ ପାଥେୟ କରିଥିବା ପୁଅର ସ୍ୱପ୍ନକୁ ପୂରଣ କରିବାକୁ ଆଗେଇ ଆସିଛନ୍ତି ସୁଷମା । ଆଉ ଏକ ଟ୍ରଷ୍ଟକୁ ଦାନ କରିଛନ୍ତି ନିଜ ଶରୀର ଏବଂ ସମ୍ପତି ।

ଗର୍ଭାବସ୍ଥାରେ ସ୍ୱାମୀ ହାତ ଛାଡିଦେଲା ପରେ ବାପ ଘରକୁ ଫେରିଆସିଥିଲେ ସୁଷମା । ଆଉ ଭାଇ ଦେଇଥିବା ଗୁଂଠେ ଜମିରେ ପରିବା ଚାଷ ଏବଂ କ୍ଷୀର ବିକ୍ରି କରି ବହୁକଷ୍ଟରେ ପୁଅ ଦୀପ୍ତିକାନ୍ତଙ୍କୁ ମଣିଷ କରିଥିଲେ । କିନ୍ତୁ ଫେବୃଆରୀ ୨୦ରେ ଟ୍ରେନ୍ ଦୁର୍ଘଟଣାରେ ଦୀପ୍ତିକାନ୍ତ ମା’କୁ ଛାଡି ଚାଲିଯାଇଛନ୍ତି ଅଫେରା ରାଇଜକୁ । ପୁଅର ଦ୍ୱିତୀୟ ବାର୍ଷିକୀରେ ସୁଷମା ପାଢୀ ଏକ ଇଚ୍ଛା ପତ୍ର ଜାରି କରି ଦୀପ୍ତିବନ୍ଧୁ ସ୍ୱେଚ୍ଛାସେବୀ ସଂଗଠନକୁ ୫୦ ଲକ୍ଷ ଟଙ୍କାର ସମ୍ପତି ଦାନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe