ସାଙ୍ଗକୁ କିଡନୀ ଦେଇ ଜୀବନ ବଞ୍ଚାଇଲେ ମହିଳା. ପ୍ରତିବଦଳରେ ମିଳିଲା ଉପହାର।

ସାଙ୍ଗକୁ କିଡନୀ ଦେଇ ଜୀବନ ବଞ୍ଚାଇଲେ ମହିଳା. ପ୍ରତିବଦଳରେ ମିଳିଲା ଉପହାର।

କନକ ବ୍ୟୁରୋ: ଜଣେ ମହିଳା ନିଜର ପୁରୁଷ ବନ୍ଧୁର ଜୀବନ ବଞ୍ଚାଇବା ପାଇଁ ନିଜର କିଡନୀ ଦାନ କରିଛନ୍ତି । ତେବେ ସବୁଠାରୁ ବଡ କଥା ଏହାର ବଦଳରେ ତାଙ୍କ ସାଙ୍ଗ ମହିଳାଙ୍କର ଗୋଟିଏ ପୁରୁଣା ସ୍ୱପ୍ନ ପୂରଣ କରିଛନ୍ତି । ମହିଳାଙ୍କୁ ପୁରୁଷ ବନ୍ଧୁ ହାର୍ଲି ଡେଭିଡସନର ବାଇକ ପ୍ରଦାନ କରିଛନ୍ତି । ଏହି ବାଇକକୁ କିଣିବା ଏବଂ ନମ୍ବର ପ୍ଲେଟରେ ବନ୍ଧୁ ଜଣଙ୍କ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ବ୍ରିଟେନର ପୋର୍ଟସ ମାଉଥରେ ରହୁଥିବା ଜଣେ ୫୨ ବର୍ଷୀୟ ମହିଳା ଏଲେନ ଗାର୍ଣ୍ଣର । ତାଙ୍କ ବନ୍ଧୁ ହେଉଛନ୍ତି ଜାଫ୍ରା ସମସୁଦ୍ଦିନ । ଜାଫ୍ରା ଯେ କେବଳ ଏଲେନଙ୍କ ବନ୍ଧୁ ତାହା ନୁହେଁ ସେ ତାଙ୍କ ଭିଣେଇ ମଧ୍ୟ । ତାଙ୍କୁ ନୂଆ ଜୀବନ ମିଳିବା ପରେ ଏଲେନ ପାଖାପାଖି ୧୧ ଲକ୍ଷର ଉପହାର ଦେଇଛନ୍ତି ।

ଗୋଟିଏ ଟେକ କମ୍ପାନୀରେ କାମ କରିବା ପରେ ଜାଫ୍ରା କିଡନୀ ରୋଗରେ ସଂକ୍ରମିତ ହୋଇଥିଲେ । ତାଙ୍କ ଜୀବନ ଅନେକ କଷ୍ଟରେ ବିତୁଥିଲା । ତେବେ ତାଙ୍କ ସ୍ତ୍ରୀଙ୍କ ଭଉଣୀ ଏଲେନ ତାଙ୍କ ପାଇଁ ବଞ୍ଚିବାର ରାହା ବନିଥିଲେ । ସେ ଜାଫ୍ରାଙ୍କୁ ନିଜର କିଡନୀ ପ୍ରଦାନ କରି ତାଙ୍କ ଜୀବନ ବଞ୍ଚାଇଦେଇଛନ୍ତି । ଉଭୟ ଅପରେସନ ପରେ ସୁସ୍ଥ ଅଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଥିଲା ତେଣୁ ଏଲେନ ପ୍ରତିବଦଳରେ କିଛି ତାଙ୍କ ଠାରୁ ଚାହିଁନଥିଲେ । ତେବେ ଜାଫ୍ରା ନିଜ ଜୀବନ ବଞ୍ଚାଇଥିବା ଏଲେନଙ୍କୁ ସାଢେ ୮ ଲକ୍ଷର ତାଙ୍କ ମନ ପସନ୍ଦର ହାର୍ଲି ଡେଭିଡସନ ଗାଡି ଦେଇଛନ୍ତି । ଏହା ସହ ଆଉ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏଥିରେ ଲଗଜୁରୀ ନମ୍ବର ପ୍ଲେଟ ମଧ୍ୟ ଲଗାଇଛନ୍ତି ।

୫୭ ବର୍ଷୀୟ ଜାଫ୍ରା ସମସୁଦ୍ଦିନ କହିଛନ୍ତି- ମୋତେ ଜଣାଥିଲା ଯେ ଏଲେନ ନିଜର ପୁରୁଣା ଗାଡିକୁ ବିକ୍ରି କରିଦେଇଛନ୍ତି । ସେ ଏହାକୁ ବହୁତ ଭଲ ପାଉଥିଲେ । ତେଣୁ ସେ ମଧ୍ୟ ଏହାକୁ କୌଣସି ପ୍ରକାରରେ ତାଙ୍କୁ ଦେବା ପାଇଁ ଇଚ୍ଛା କରିଥିଲେ । ଏହି ବାଇକ ପାଇବା ପରେ ଭାବୁକ ହୋଇଯାଇଥିଲେ ଏଲେନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe