କନକ ବ୍ୟୁରୋ : ଯୋଡା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲା । ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ବିଷ ଜନିତ ମୃତ୍ୟୁ ନୋଇ ସନ୍ଦେହ ପ୍ରକାଶ କଲେ ଡାକ୍ତର । ଫରେନସିକ୍ ଲ୍ୟାବ ରିପୋର୍ଟ ପରେ ପ୍ରକୃତ କାରଣ ଜଣାପଡିବ । ଫରେନସିକ ଲ୍ୟାବ ଏ ନେଇ ନମୁନା ପଠାଯାଇଛି । ସିଡିଏମଓଙ୍କୁ ଡାକ୍ତର ପ୍ରାଥମିକ ରିପୋର୍ଟ ଦେଇଛନ୍ତି । ସିଡିଏମଓ କିଶୋର ଚନ୍ଦ୍ର ପୃଷ୍ଟିଙ୍କ ସୂଚନା ।
ଏସବୁ ଭିତରେ ସନ୍ଦେହ ଘେରକୁ ଆସିଛନ୍ତି ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝି । ଡିସେମ୍ବର ୨୦ ତାରିଖରେ ଶୁଭଶ୍ରୀ ତାଙ୍କ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲାରେ ଦର୍ଶାଇଥିଲେ, ଦିବ୍ୟରଞ୍ଜନ ମାଝି ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ବନ୍ଧୁତା ଥିଲା । ଏପରିକି ବିବାହ କରିବା ବିଷୟରେ ଉଭୟ ଚିନ୍ତା କରୁଥିଲେ ।

Advertisment

ସେମାନେ ଦୀର୍ଘ ସମୟ ଧରି ଫୋନରେ କଥା ହେଉଥିଲେ । ତେବେ ଦିବ୍ୟରଞ୍ଜନ ତାଙ୍କ ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ଏହାପରେ ଯେତେବେଳେ ଶୁଭଶ୍ରୀ ବିବାହ ପାଇଁ କହିଥିଲେ, ଦିବ୍ୟରଂଜନ ତାଙ୍କ ଠାରୁ ଦୂରେଇ ଯିବାକୁ ଚେଷ୍ଟା କରିଥିଲେ । ଏଫଆଇଆର ସାମ୍ନାକୁ ଆସିବା ପରେ ମାମଲା ନୂଆ ମୋଡ଼ ନେଇଛି ।