କନକ ବ୍ୟୁରୋ: କାନପୁର ପ୍ରାଣୀ ଉଦ୍ୟାନରେ ଶନିବାର ଛାତିଥରା ଘଟଣା ଘଟିଛି । ଉଦ୍ୟାନରେ ଥିବା ଟୟ  ଟ୍ରେନରେ ଦଳିହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣା ଯେଭଳି ଘଟିଲା ତାହା ଅତି ହୃଦୟ ବିଦାରକ ।

Advertisment

ଶନିବାର ଦ୍ୱିପହର ସମୟରେ ଏଠିକାର ପକ୍ଷୀଘରକୁ ବୁଲିବାକୁ ଆସିଥିଲେ କାନପୁର ଚକେରୀ ଅଞ୍ଚଳ ବାସିନ୍ଦା ସୁବୋଧ କୁମାର ଶର୍ମା, ତାଙ୍କ ପତ୍ନୀ ଅଞ୍ଜୁ ଶର୍ମା ଓ ଦୁଇ ଝିଅ । ଚିଡିଆଖାନା ବୁଲିବା ପରେ ସେମାନେ ପକ୍ଷୀଘର ବୁଲିବାକୁ ଯାଇଥିଲେ । ଏଠାରେ ବୁଲିବାକୁ ଟୟ ଟ୍ରେନରେ ଯିବାକୁୁ ହୁଏ । ପ୍ରଥମେ  ସ୍ୱାମୀ ଓ ଦୁଇ ଝିଅ ଟ୍ରେନରେ ବସିଥିଲେ । ହେଲେ ଅଞ୍ଜୁ ଶର୍ମା ବସିବା ବେଳକୁ ଘଟିଥିଲା ଅଘଟଣ ।

 ଅଞ୍ଜୁ ଶର୍ମା ଟ୍ରେନରେ ପାଦ ରଖିବା ବେଳକୁ ହିଁ ଟ୍ରେନ ଛାଡିଦେଇଥିଲା । ଫଳରେ ଭାରସାମ୍ୟ ହରାଇ ୪୪ ବର୍ଷୀୟା ଅଞ୍ଜୁ ଟ୍ରେନ ଧାରଣା ଉପରେ ପଡିଯାଇଥିଲେ । ଫଳରେ ତାଙ୍କ ଉପରେ ଟ୍ରେନ ଚଢିଯାଇଥିଲା । ଦୁଇ ଝିଅ ଚିକ୍ରାର କରି ଟ୍ରେନ ରୋକିବାକୁ ଯେତେ କହିଥିଲେ ବି ଟ୍ରେନ ରୋକି ନଥିଲା । ଫଳରେ ଅଞ୍ଜୁଙ୍କ ଦେହ ଟ୍ରେନ ତଳେ ଚାପି ହୋଇଯାଇଥିଲା । ଏହି ଘଟଣା ସେଠାରେ ଥିବା ଲୋକଙ୍କୁ ବିଚଳିତ କରିପକାଇଥିଲା ।

publive-image

ତେବେ ଘଟଣା ପାଇଁ ଅଞ୍ଜୁଙ୍କ ପରିବାର ଟ୍ରେନ ଡ୍ରାଇଭରକୁ ଦାୟୀ କରିବ ସହ ତା’ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ମହିଳାଙ୍କ ମୃତ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ପୋଲିସ ଏହି ଘଟଣାର ଛାନବିନ୍ କରୁଥିବା ଜଣାପଡିଛି । publive-image

 ସୂଚନା ମୁତାବକ, ଅଞ୍ଜୁ ଶର୍ମା ଜଣେ ପ୍ରାଇମେରୀ ଶିକ୍ଷୟିତ୍ରୀ । ସେ ପରିବାର ସହ ପିକନିକ୍ କରିବାକୁ ଯାଇଥିଲେ ।