କନକ ବ୍ୟୁରୋ: କଳାହାଣ୍ଡି କୋକସରା ଥାନା ମାଝୀଗୁଡ଼ା ଗାଁରେ ହତ୍ୟାକାଣ୍ଡ । ପଡୋଶୀଙ୍କ ଟାଙ୍ଗିଆ ଚୋଟରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମାଝୀଗୁଡ଼ା ଗାଁର ୬୦ ବର୍ଷୀୟ କାଳନ୍ଦୀ ତାଣ୍ଡି ।
ଭୋର ସମୟରେ ଗାଧୋଇ ସାରି ଘରକୁ ଫେରିବା ବେଳେ ଅଭିଯୁକ୍ତ ଶ୍ରୀକର ପୁଞ୍ଜି ଟାଙ୍ଗିଆରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ କେଉଁ କାରଣରୁ ମହିଳାଙ୍କୁ ହତ୍ୟା କରିଛନ୍ତି ପଡ଼ୋଶୀ ତାହା ଜଣାପଡ଼ି ନାହିଁ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଶ୍ରୀକର ପୁଞ୍ଜି ଫେରାର ହୋଇଯାଇଛି । ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।