ଏମିତି ଚାଲିଛି ସ୍ୱାସ୍ଥ୍ୟସେବା : ପୁରୀ କାକଟପୁର ଅଂଚଳରେ ବିଳମ୍ବରେ ଆସିଲା ଆମ୍ବୁଲାନ୍ସ, ଗଭୀର ଯନ୍ତ୍ରଣାରେ ମହିଳାଙ୍କ ମୃତ୍ୟୁ

32

କନକ ବ୍ୟୁରୋ : ପହଂଚି ପାରିଲାନି ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଅପେକ୍ଷାରେ ମୃତ୍ୟୁ ବରଣ କଲେ ରୋଗୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କାକଟପୁର ବ୍ଲକର ଅଇଂଗୋଳା ଗାଁରେ । ଗତକାଲି ରାତି ଗୋଟାଏ ସମୟରେ ଗାଁର ଜଣେ ମହିଳା ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ ।

୧୦୮ ଆମ୍ବୁଲାନ୍ସଙ୍କୁ ଖବର କରିଥିଲେ ମଧ୍ୟ ସଠିକ ସମୟରେ ପହଂଚି ପାରିନଥିଲା ଆମ୍ବୁଲାନ୍ସ । ବିଳମ୍ବରେ ପହଂଚିବାରୁ ଆମ୍ବୁଲାନ୍ସକୁ ୨ଘଂଟା ଅଟକ ରଖିଥିଲେ ଉତ୍ୟକ୍ତ ଗ୍ରାମବାସୀ । ଆମ୍ବୁଲାନ୍ସ ଠିକ୍ ସମୟରେ ନଆସିବାରୁ ରୋଗୀ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।